Advertisment

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ଚାପରେ ଭାରତୀୟ ଦଳ

ଇନ୍ଦୋର: ଇନ୍ଦୋରରେ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ। ପ୍ରଥମ ଦିନିକିଆ ଭାରତ ହାରି ସାରିଛି। ତା’ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ ମଧ୍ୟ ହାରି ସାରିଛି। ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ସହିତ ଲଗାତାର ତିନୋଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି ଧୋନୀ ବାହିନୀ। ମୋଟା ମୋଟି କହିବାକୁ ଗଲେ ଭ୍ରମଣକାରୀ ଦଳ ଧୋନୀ ବାହିନୀ ଉପରେ ଭାରି ପଡିଛି। ତେଣୁ ଆସନ୍ତାକାଲି ଦ୍ୱିତୀୟ ଦିନିକିଆରେ ଧୋନୀ ଟିମ୍ ଚାପରେ ରହିବ। ତେବେ ପରାଜୟର […]

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ind-vs-SA-2nd-odi

Advertisment

ଇନ୍ଦୋର: ଇନ୍ଦୋରରେ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ। ପ୍ରଥମ ଦିନିକିଆ ଭାରତ ହାରି ସାରିଛି। ତା’ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ ମଧ୍ୟ ହାରି ସାରିଛି। ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ସହିତ ଲଗାତାର ତିନୋଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି ଧୋନୀ ବାହିନୀ। ମୋଟା ମୋଟି କହିବାକୁ ଗଲେ ଭ୍ରମଣକାରୀ ଦଳ ଧୋନୀ ବାହିନୀ ଉପରେ ଭାରି ପଡିଛି। ତେଣୁ ଆସନ୍ତାକାଲି ଦ୍ୱିତୀୟ ଦିନିକିଆରେ ଧୋନୀ ଟିମ୍ ଚାପରେ ରହିବ। ତେବେ ପରାଜୟର ଧାରାକୁ ଦଳ ନିଶ୍ଚିତ ଭାଙ୍ଗିବାକୁ ଉଦ୍ୟମ କରିବ। କାନପୁର ଦିନିକିଆରେ ଭାରତକୁ ୫ ରନରେ ପରାଜିତ କରି ଦକ୍ଷିଣ ଆଫ୍ରିକା ଦଳ ମଜଭୁତ ସ୍ଥିତିରେ ରହିଥିବା ବେଳେ ଭାରତ ପ୍ରଥମ ଦିନିକିଆରେ କରିଥିବା ତ୍ରୁଟିକୁ ସୁଧାରି ବିଜୟଧାରାକୁ ଆସିବାକୁ ଚେଷ୍ଟା କରିବ। ମୁଖ୍ୟତଃ ଦଳ ଶୀଘ୍ର ୱିକେଟ ପତନକୁ ରୋକିବା ଉପରେ ଗୁରୁତ୍ୱ ଦେବ। ତା’ସହ ବୋଲିଂରେ ସୁଧାର ଆଣିବାକୁ ଚେଷ୍ଟା କରିବ। ଆସନ୍ତା କାଲି ଅପରାହ୍ଣ ୧ ଟା ୩୦ରେ ମ୍ୟାଚ ଆରମ୍ଭ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe