Advertisment

ଗାବା ଟେଷ୍ଟ: ପ୍ରଥମ ଦିନରେ ବର୍ଷା ସାଜିଲା ଭିଲିଆନ

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୩.୨ ଓଭରରେ କୌଣସି ୱିକେଟ ନହରାଇ ୨୮ ରନ୍ କରିଛି। ଦ୍ୱିତୀୟ ଦିବସରେ ୯୮ ଓଭର ଖେଳାଯିବ ବୋଲି ସ୍ଥିର ହୋଇଛି।

ଅଦ୍ୟତନ ହୋଇଛି
India vs Australia 3rd Test Day 1

India vs Australia 3rd Test Day 1

Advertisment

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଖିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନ ଆରମ୍ଭ ହୋଇଛି। ହେଲେ ଐତିହାସିକ ଗାବାରେ ପ୍ରଥମ ଦିନରେ ହିଁ ପ୍ରଶଂସକ ନିରାଶ ହୋଇଛନ୍ତି। ପ୍ରବଳ ବର୍ଷା କାରଣରୁ ପ୍ରଥମ ଦିନ ଖେଳକୁ ବନ୍ଦ କରିଦିଆଯାଇଛି। ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୩.୨ ଓଭରରେ କୌଣସି ୱିକେଟ ନହରାଇ ୨୮ ରନ ସଂଗ୍ରହ କରିଛି।

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳିବାକୁ ଆଶା ରଖିଥିବା ଭାରତୀୟ ଦଳକୁ ଲାଗିଛି ଆଉ ଏକ ଝଟକା। ଦ୍ୱିତୀୟ ଟେଷ୍ଟ ହାରିବା ପରେ ତୃତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଥିଲା ରୋହିତ ବାହିନୀ। ହେଲେ ସବୁ ଲକ୍ଷ୍ୟ ବିଗାଡ଼ି ଦେଇଛି ବର୍ଷା। ପ୍ରଥମ ଦିନ ବର୍ଷାରେ ଧୋଇଯାଇଥିବାବେଳେ ଏବେ ହାତରେ ଆଉ ୪ ଦିନ ସମୟ ରହିଛି। ତେବେ ଆଜି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଘରୋଇ ଦଳକୁ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ପାଇଁ ଉସମାନ ଖାୱଜା ଓ ନାଥନ ମ୍ୟାକ୍ସୱିନୀ ପାଳି ଆରମ୍ଭ କରିବାକୁ ଆସିଥିଲେ।

ଆରମ୍ଭରୁ ହିଁ ଜସପ୍ରୀତ ବୁମ୍ରାଙ୍କ ସମେତ ଅନ୍ୟ ଭାରତୀୟ ଦ୍ରୁତ ବୋଲରମାନେ ବଲ୍ ସ୍ୱିଙ୍ଗ୍ କରିବାରେ ଅସବୁଧାର ସମ୍ମୁୀନ ହୋଇଥିଲେ। ପ୍ରଥମେ ୫.୩ ଓଭର ପରେ ବର୍ଷା ଯୋଗୁଁ ଖେଳ ଅଟକି ରହିଥିଲା। ବର୍ଷା ଛାଡ଼ିବା ପରେ ପୁନର୍ବାର ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ୧୩.୨ ଓଭର ପରେ ଆଉଥରେ ବର୍ଷା ହୋଇଥିଲା। ଏଥିପାଇଁ ଖେଳ ଆଉଥରେ ଅଟକିଲା। ହେଲେ ଏହାପରେ ଆଉ ଖେଳ ସମ୍ଭବପର ହୋଇନଥିଲା। ଆଜିର ଖେଳ ଶେଷ ସୁଦ୍ଧା ଦୁଇ ଅଷ୍ଟ୍ରେଲୀୟ ଓପନର ଉସମାନ ଖାୱଜା ୧୯ ଓ ନାଥନ ମ୍ୟାକ୍ସୱିନୀ ୪ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପଟେ ଦ୍ୱିତୀୟ ଦିବସରେ ୯୮ ଓଭର ଖେଳାଯିବ ବୋଲି ସ୍ଥିର ହୋଇଛି। ଦ୍ୱିତୀୟ ଦିବସ ସମେତ ବାକି ସମସ୍ତ ଦିନର ଖେଳ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ଅଧଘଣ୍ଟା ଆଗରୁ, ଅର୍ଥାତ ଭାରତୀୟ ସମୟ ସକାଳ ୫:୨୦ରୁ ଆରମ୍ଭ ହେବ।

Advertisment
India Vs Australia Border Gavaskat Trophy IND Vs AUS Test Rain Stops Play
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe