/odisha-reporter/media/post_attachments/uploads/2015/10/ind-vs-Sa.jpg)
ind-vs-Sa
ରାଜକୋଟ୍: ଆସନ୍ତାକାଲି ରାଜକୋଟରେ ଖେଳାଯିବ ଗାନ୍ଧି-ମାଣ୍ଡେଲା ସିରିଜର ତୃତୀୟ ଦିନିକିଆ। ଏଥିପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦଳ ବେଶ୍ ଉତ୍ସାହିତ ଅଛନ୍ତି। ମ୍ୟାଚ୍ ନିଶ୍ଚିତ ରୋମାଞ୍ଚକର ହେବ। କାରଣ ଦୁହେଁ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ତେଣୁ ଆସନ୍ତାକାଲି ମ୍ୟାଚ୍ ଜିତି ଦୁଇଟି ଯାକ ଦଳ ସିରିଜରେ ଆଗୁଆ ରହିବାକୁ ଉଦ୍ୟମ କରିବେ। ତେଣୁ ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲାଇବେ। ଉଭୟ ଦଳ ଗତ ଦୁଇଟି ମ୍ୟାଚରେ କରିଥିବା ତ୍ରୁଟିରେ ସୁଧାର ଆଣି ପଡ଼ିଆ ଓହ୍ଲେଇବେ। ଗତ ମ୍ୟାଚରେ ଭାରତର ଭାରତର ଓପନିଂ ବ୍ୟାଟିଂ ଲାଇନକୁ ଦକ୍ଷିଣ ଆଫ୍ରିକା ବୋଲର ଧ୍ୱସ୍ତ କରି ଦେଇଥିଲେ। ଭାରତ ବ୍ୟାଟିଂରେ ସୁଧାର ଆଣିବାକୁ ଚେଷ୍ଠା କରିବ। ବିଶେଷ କରି ଶିଖର ଧୱନ୍, ସୁରେଶ ରାଇନା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଦର୍ଶନରେ ଉନ୍ନତି ପାଇଁ ବେଶ ପରିଶ୍ରମ କରୁଛନ୍ତି ଏହି ତିନି ଖେଳାଳି। ସେମାନେ ଫର୍ମ ଫେରିବା ନେଇ ବେଶ୍ ଆଶାବାଦୀ ଅଛନ୍ତି କପ୍ତାନ ଧୋନି। ସେମାନଙ୍କୁ ସହଯୋଗ କରିବାକୁ ରୋହିତ, ରାହାଣେ ଓ ଧୋନି ଯୋଗଦାନ କରିବା ଆଶା କରାଯାଉଛି। ଏହାସହ ଇନ୍ଦୋର ଦିନିକିଆରେ ବିଜୟଧାରାକୁ ବଜାୟ ରଖିବାକୁ ଭାରତ ହରଭଜନ ସିଂହ ଓ ଅକ୍ଷର ପଟେଲକୁ ଦଳରେ ରଖିଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ। ଶୀଘ୍ର ୱିକେଟ ପତ୍ତନ ଉପରେ ଧ୍ୟାନ ଦେବ ଦଳ।
ଆସନ୍ତାକାଲି ଅପରାହ୍ନ ୧ ଟା ୩୦ରୁ ମ୍ୟାଚ୍ ଆରମ୍ଭ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
