Advertisment

ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ, ନିରାଶ ହେଲେ ଦର୍ଶକ

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚର ପ୍ରଥମ ଇନିଂସ ପରେ ଦକ୍ଷିଣ ଅଫ୍ରିକା ଆଗରେ ୧୪୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ କ୍ରିକେଟ ଟିମ। ଖୁବ୍ ନୈରାଶ୍ୟଜନକ ବ୍ୟାଟିଂ ଦେଖାଇ ଭାରତୀୟ ଟିମ୍ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୪୮ ରନ୍ କରିପାରିଥିଲା। ଏହି ଲୋ ସ୍କୋରିଂ ମ୍ୟାଚରେ ଶ୍ରେୟର ଆୟର ସର୍ବାଧିକ ୪୦ ରନ କରିଥିବା ବେଳେ ଇଶାନ କିଶନ ୩୪ ରନ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ, ନିରାଶ ହେଲେ ଦର୍ଶକ

match

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚର ପ୍ରଥମ ଇନିଂସ ପରେ ଦକ୍ଷିଣ ଅଫ୍ରିକା ଆଗରେ ୧୪୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ କ୍ରିକେଟ ଟିମ। ଖୁବ୍ ନୈରାଶ୍ୟଜନକ ବ୍ୟାଟିଂ ଦେଖାଇ ଭାରତୀୟ ଟିମ୍ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୪୮ ରନ୍ କରିପାରିଥିଲା। ଏହି ଲୋ ସ୍କୋରିଂ ମ୍ୟାଚରେ ଶ୍ରେୟର ଆୟର ସର୍ବାଧିକ ୪୦ ରନ କରିଥିବା ବେଳେ ଇଶାନ କିଶନ ୩୪ ରନ କରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନର ଯୋଗଦାନ ଦେଇଥିଲେ। ଅଧିନାୟକ ରିଷଭ ପନ୍ଥ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ କମ୍‌ ରନରେ ଆଉଟ ହୋଇ ଦର୍ଶକଙ୍କୁ ନିରାଶ କରିଥିଲେ।

Advertisment

ଛୋଟ ଫିଲ୍ଡ ହୋଇଥିଲେ ହେଁ ଭାରତୀୟ ଖେଳାଳିମାନେ ବିସ୍ଫୋରକ ଖେଳ ଦେଖାଇପାରିନଥିଲେ। ଦକ୍ଷିଣ ଅଫ୍ରିକାର ବୋଲରମାନେ ଚମତ୍କାର ଖେଳ ଦେଖାଇ ଭାରତୀୟ ବ୍ୟାଟରମାନଙ୍କୁ ରୋକିବାରେ ସଫଳ ହୋଇଛନ୍ତି। ତେଣୁ ଛୋଟ ଲକ୍ଷ୍ୟ ହାସଲ କରି ଦକ୍ଷିଣ ଆଫ୍ରିକା ଟିମ୍ ସିରିଜର ଦ୍ୱିତୀୟ ମ୍ୟାଚ ଜିତିବାକୁ ଚେଷ୍ଟା କରିବ।