cuttack
କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି।
କୋଭିଡ ଗାଇଡଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ। ଗତକାଲିଠୁ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚର ଅଫ୍ଲାଇନରେ ଟିକଟେ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନକୁ ଟିକେଟ ପ୍ରଦାନ କରାଯାଇଛି। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି କରାଯିବ ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ୧୬ ହଜାର ୧୫୪ଟି ଟିକେଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/bb-1-1-1.jpg)