Advertisment

ଟେଷ୍ଟ ପଦାର୍ପଣରେ ଯଶସ୍ୱୀଙ୍କ ଶତକ, ଭାରତ ୩୧୨/୨

ପଦାର୍ପଣ ମ୍ୟାଚରେ ଅପରାଜିତ ଶତକ ହାସଲ କରି 'ଯଶ' ଅର୍ଜନ କଲେ ଯଶସ୍ୱୀ ଜୈସ୍ୱାଲ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩୧୨/୨

ଅଦ୍ୟତନ ହୋଇଛି
Yashasvi Jaiswal Records On Test Debut

Yashasvi Jaiswal Records On Test Debut

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ବୋଲରଙ୍କ ପରେ ବ୍ୟାଟରଙ୍କ କମାଲ। ପଦାର୍ପଣ ମ୍ୟାଚରେ ଅପରାଜିତ ଶତକ କରି 'ଯଶ' ଅର୍ଜନ କରିଛନ୍ତି ଯଶସ୍ୱୀ ଜୈସ୍ୱାଲ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଯଶସ୍ୱୀଙ୍କ ଅପରାଜିତ ୧୪୩ ଏବଂ ଓପନର୍ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ଦୁଇ ୱିକେଟ ହରାଇ ୩୧୨ ରନ୍ ସଂଗ୍ରହ କରିଛି। ପଦାର୍ପଣ ମ୍ୟାଚରେ ଏହି ସଫଳତାର ଶ୍ରେୟ ପିତାମାତାଙ୍କୁ ଦେଇଛନ୍ତି ଯଶସ୍ୱୀ। 'ଏ ଯାତ୍ରା ଖୁବ୍ କଠିନ ଥିଲା, ସମର୍ଥନ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଧନ୍ୟବାଦ' ବୋଲି କହିଛନ୍ତି ଯଶସ୍ୱୀ। 

Advertisment

ଡୋମିନିକାରେ ଚାଲିଥିବା ଇଣ୍ଡିଆ-ଇଣ୍ଡିଜ ଦୁଇଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବୁଧବାର (୧୨ ଜୁଲାଇ)ରେ ଆରମ୍ଭ ହୋଇଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଜ ବାହିନୀ। ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା ଭାରତୀୟ ବୋଲରଙ୍କ କମାଲ୍। ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍ ଇଣ୍ଡିଜ୍ ବ୍ୟାଟରଙ୍କୁ ଘାଟାରେ ପକାଇଥିଲା। ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲେ ଇଣ୍ଡିଜ୍ ପ୍ଲେୟାର।

ଏହା ପରେ ପାଳି ଆରମ୍ଭ କରିଥିଲା ରୋହିତ ବାହିନୀ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୮୦ ରନ୍ ସଂଗ୍ରହ କରିଥିଲା ଭାରତ। ଗୁରୁବାର (ଜୁଲାଇ ୧୪) ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା ବ୍ୟାଟରଙ୍କ କମାଲ୍। ରୋହିତ ଏବଂ ଯଶସ୍ୱୀଙ୍କ ଭାଗିଦାରୀରେ ୨୨୯ ରନ୍ ସଂଗ୍ରହ କରିଥିଲା ଭାରତ। ୱେଷ୍ଟ ଇଣ୍ଡିଜ ବିରୋଧରେ ଏହା ଭାରତର ଯେକୌଣସି ଯୋଡ଼ି ପାଇଁ ସର୍ବାଧିକ ଭାଗିଦାରୀ। ପରେ ୧୦୩ ରନ୍ କରି ଆଲିକ୍ ଆଥାଞ୍ଜିଙ୍କ ବଲର ଶିକାର ହୋଇଥିଲେ ରୋହିତ। ପରେ ମୈଦାନକୁ ଓହ୍ଲାଇଥିଲେ ଶୁବମନ ଗିଲ୍। ମାତ୍ର ସେ ପଡ଼ିଆରେ ବେଶି ସମୟ ତିଷ୍ଠିପାରି ନଥିଲେ। ୧୧ ବଲରେ ୬ ରନ୍ କରି ଜୋମେଲ ୱାରିକାନଙ୍କ ବଲରେ କ୍ୟାଚ୍ ଦେଇ ଦେଇଥିଲେ।

Advertisment

ଶୁବମନଙ୍କ ପରେ ଯଶସ୍ୱୀଙ୍କ ସହ ଯୋଗଦେଇଥିଲେ ବିରାଟ କୋହଲି। ସେ ୯୬ ବଲରେ ୩୬ ରନ୍ ସଂଗ୍ରହ କରି ନଟଆଉଟ୍ ଅଛନ୍ତି। ଆଜି (ଜୁଲାଇ ୧୪) ତୃତୀୟ ଦିନର ପାଳି ଆରମ୍ଭ କରିବେ ଯଶସ୍ୱୀ ଓ ବିରାଟ। ପ୍ରଥମ ମ୍ୟାଚରେ ଭାରତ ଲମ୍ବା ସ୍କୋର୍ କରିବ ବୋଲି ଆଶା କରାଯାଉଛି।

Rohit Sharma Yashasvi Jaiswal Test Debut India-Indies Test India VS WestIndies Test Match Indian Cricket Team Cricket Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe