Advertisment

ଇଣ୍ଡିଆ-ଇଣ୍ଡିଜ ଟି-20: ସିରିଜର ପ୍ରଥମ ମ୍ୟାଚ୍ ହାରିଲା ଭାରତ

ଘରୋଇ ମାଟିରେ ଖେଳାଯାଉଥିବା ଇଣ୍ଡିଆ-ଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ ଜିତିଲା ୱେଷ୍ଟ ଇଣ୍ଡିଜ। ମାତ୍ର 4 ରନରେ ଭାରତକୁ ପରାସ୍ତ କରିଛି ଇଣ୍ଡିଜ ବାହିନୀ।

ଅଦ୍ୟତନ ହୋଇଛି
India Vs WI t20

India Vs WI t20

Advertisment

ଘରୋଇ ମାଟିରେ ଖେଳାଯାଉଥିବା ଇଣ୍ଡିଆ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ ଜିତିଲା ୱେଷ୍ଟ ଇଣ୍ଡିଜ। ମାତ୍ର 4 ରନରେ ଭାରତକୁ ପରାସ୍ତ କରିଛି ଇଣ୍ଡିଜ ବାହିନୀ। 149 ରନର ଟାର୍ଗେଟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ଭାରତ 145 ରନ୍ ସଂଗ୍ରହ କରିଥିଲା। ଫଳରେ 4 ରନରେ ଏହି ମ୍ୟାଚକୁ ଜିତି ନେଇଛି ୱେଷ୍ଟ ଇଣ୍ଡିଜ। ଘାତକ ବୋଲିଂ ପାଇଁ ଜାସନ ହୋଲ୍ଡର ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ।

Advertisment

ବ୍ରାଏନ ଲାରା ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋଭମନ ପାୱେଲ। ୱେଷ୍ଟ ଇଣ୍ଡିଜ ପକ୍ଷରୁ ବ୍ରାଣ୍ଡନ କିଙ୍ଗ ଓ କେ ମେୟର୍ସ ଓପନିଂ କରିଥିଲେ। ଦଳୀୟ ସ୍କୋର୍ 30 ବେଳକୁ ଦୁଇ ଓପନରଙ୍କୁ ପାଭିଲିଅନ୍ ପଠାଇ ଦେଇଥିଲେ ୟୁଜବେନ୍ଦ୍ର ଚହଲ। ଏହାପରେ ପଡିଆକୁ ଓହ୍ଲାଇଥିବା ଜେ ଚାର୍ଲସଙ୍କୁ ମଧ୍ୟ 3 ରନରେ ଆଉଟ୍ କରି ଦେଇଥିଲେ କୁଲଦୀପ ଯାଦବ। କିନ୍ତୁ ମଧ୍ୟମ ଭାଗରେ ୱିକେଟ କିପର୍ ପୂରାନ୍ ଏବଂ କ୍ୟାପ୍ଟେନ ପାୱେଲ୍ ଭଲ ପାଳି ଆରମ୍ଭ କରିଥିଲେ।

ଉଭୟ 41 ଓ 48 ରନ୍ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେହିପରି ହେଟମେୟର 10, ରୋମାରିଓ 4 ଏବଂ ହୋଲ୍ଡର୍ 6 ରନ୍ ସଂଗ୍ରହ କରିଥିଲେ। ନିର୍ଦ୍ଧାରିତ 20 ଓଭର ସୁଦ୍ଧା ଦଳ 148 ରନ୍ ସଂଗ୍ରହ କରିଥିଲା। 149 ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ପାଳି ଆରମ୍ଭ କରିଥିଲା ଭାରତ। ମାତ୍ର ତିଳକ ବର୍ମାଙ୍କୁ ଛାଡି ଦେଲେ ଅନ୍ୟ କେହି ଭଲ ରନ୍ କରିପାରି ନଥିଲେ। ସେ 39 ରନ୍ କରି ଥିବାବେଳେ ସୂର୍ଯ୍ୟକୁମାର ଯାଦବ(21), ହାର୍ଦ୍ଦିକ ପାଣ୍ଡ୍ୟା(19) ଅକ୍ସର ପଟେଲ(13), ସଞ୍ଜୁ ସାମସନ୍(12), ଅର୍ଷଦୀପ ସିଂହ(12), ଇଶାନ କିଶାନ(6) ସୁବମନ ଗିଲ୍(3), କୁଲଦୀପ ଯାଦବ(3) ଏବଂ ଯୁଦବେନ୍ଦ୍ର ଚହନ ଓ ମୁକେଶ କୁମାର 1 ରନ୍ କରିଥିଲେ। 

Advertisment
India West Indies T-20 IndiaVsWI T Twenty Match India WI Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe