ତୃତୀୟ ଟି-ଟ୍ୱେଣ୍ଟି: 'ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ୍‌'ର ପରୀକ୍ଷା ନେବ ଟିମ୍‌ ଇଣ୍ଡିଆ

ଚେନ୍ନାଇ: ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ସିରିଜ୍‌କୁ ୨-୦ରେ କବ୍‌ଜା କରି ସାରିଥିବା ଟିମ୍‌ ଇଣ୍ଡିଆ ରବିବାର ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିଅମ୍‌ରେ ଖେଳା ଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବେଞ୍ଚ୍‌ରେ ବସି ରହିଥିବା ଖେଳାଳିଙ୍କ ପ୍ରତିଭା ଓ ସାମର୍ଥ୍ୟର ପରୀକ୍ଷା ନେବ। ସେହିପରି କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ଏବର ବିଶ୍ୱ ଚାମ୍ପିଅନ୍‌ ଦଳ ଘରକୁ ଫେରିବା ପୂର୍ବରୁ ଏକ ସାନ୍ତ୍ୱନାମୂଳକ ବିଜୟ ନିହାତି ଖୋଜିବ। ଚେନ୍ନାଇରେ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ […]

w

w

Premananda Dash
  • Published: Saturday, 10 November 2018
  • Updated: 10 November 2018, 08:28 PM IST

Sports

Latest News

ଚେନ୍ନାଇ: ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ସିରିଜ୍‌କୁ ୨-୦ରେ କବ୍‌ଜା କରି ସାରିଥିବା ଟିମ୍‌ ଇଣ୍ଡିଆ ରବିବାର ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିଅମ୍‌ରେ ଖେଳା ଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବେଞ୍ଚ୍‌ରେ ବସି ରହିଥିବା ଖେଳାଳିଙ୍କ ପ୍ରତିଭା ଓ ସାମର୍ଥ୍ୟର ପରୀକ୍ଷା ନେବ। ସେହିପରି କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ଏବର ବିଶ୍ୱ ଚାମ୍ପିଅନ୍‌ ଦଳ ଘରକୁ ଫେରିବା ପୂର୍ବରୁ ଏକ ସାନ୍ତ୍ୱନାମୂଳକ ବିଜୟ ନିହାତି ଖୋଜିବ।

ଚେନ୍ନାଇରେ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଦଳରୁ ଯଶପ୍ରୀତ୍‌ ବୁମ୍ରା, ଉମେଶ ଯାଦବ୍‌ ଓ ବାମହାତୀ ଚାଇନାମ୍ୟାନ୍‌ କୁଲ୍‌ଦୀପ ଯାଦବଙ୍କୁ ବିଶ୍ରାମ ଦେଇ ଭାରତୀୟ ଚୟନକର୍ତ୍ତା ଅତିରିକ୍ତ ଖେଳାଳିଙ୍କୁ ଦକ୍ଷତା ଦେଖାଇବାର ସୁଯୋଗ ଦେଇଛନ୍ତି। ତେବେ ଏମାନଙ୍କ ସ୍ଥାନରେ ଦଳକୁ ଫେରିଥିବା ଦ୍ରୁତ ବୋଲର୍‌ ସିଦ୍ଧାର୍ଥ କୌଲ୍‌ଙ୍କୁ ଚୂଡ଼ାନ୍ତ ଦଳରେ ନ ରଖି ଟିମ୍‌ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ୍‌ ସ୍ପିନ୍‌ ବିଭାଗରେ ରହିଥିବା ଆକ୍ରମଣର ବିବିଧତାର ପରୀକ୍ଷଣ ନେବା ସମ୍ଭାବନା ଅଧିକ। ଭୁବନେଶ୍ୱର କୁମାର୍‌ ଓ ବାମହାତୀ ଖଲିଲ୍‌ ଅହମ୍ମଦ ଦ୍ରୁତ ବୋଲିଂ ସମ୍ଭାଳିଲେ, ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ କେବଳ ସ୍ପିନ୍ ନୁହେଁ, ବରଂ ଭାରତୀୟ ବୋଲିଂ ଆକ୍ରମଣର ମଙ୍ଗ ସମ୍ଭାଳିବେ।

ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା ନିଜ ପ୍ରଦର୍ଶନ ଦ୍ୱାରା ଭାରତୀୟ ଦଳର ନିୟମିତ ସ୍ଥାନ ପାଇଁ ଦୃଢ ଦାବିଦାର୍‌ ଭାବେ ଉଭା ହୋଇଛନ୍ତି। ତେବେ ପାଣ୍ଡ୍ୟାଙ୍କୁ ସାଇତି ରଖିବାକୁ ଚାହିଁ ତୃତୀୟ ମ୍ୟାଚ୍‌ରେ ଦଳ ବିଶ୍ରାମ ଦେବାକୁ ଚାହିଁଲେ ଅଲ୍‌ରାଉଣ୍ଡର୍‌ର ଭୂମିକା ପାଇଁ ନିଜ ସାମର୍ଥ୍ୟର ସୁଯୋଗ ଦେବାକୁ ତାମିଲନାଡ଼ୁର ଡାହାଣହାତୀ ଅଫ୍ ସ୍ପିନର୍‌ ୱାଶିଂଟନ୍‌ ସୁନ୍ଦର୍‌ଙ୍କୁ ନିଜ ଘରୋଇ ପଡ଼ିଆରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଏହା ସହ ଘରୋଇ ଓ ଏ' ଦଳ ପାଇଁ ସ୍ଥିର ପ୍ରଦର୍ଶନ ଦେଉଥିବା ଝାରଖଣ୍ଡୀ ବାମହାତୀ ସାହାବାଜ୍‌ ନଦୀମ୍‌ଙ୍କୁ ମଧ୍ୟ ତୃତୀୟ ସ୍ପିନର୍‌ ଭାବେ ଦଳକୁ ଆଣାଯାଇପାରେ। କିନ୍ତୁ କୃନାଲ୍‌ଙ୍କୁ ଅଧ୍‌କ ମ୍ୟାଚ୍‌ ଖେଳାଇବା ପାଇଁ ଟିମ୍‌ ମ୍ୟାନେଜ୍‌ମେଣ୍ଟ୍‌ ଯଦି ଚାହିଁବ, ତେବେ ତୃତୀୟ ସ୍ପିନର୍‌ ପାଇଁ ସାହାବାଜ୍ ନଦୀମ୍‌ ଓ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଜଣେ ହିଁ ଖେଳିବେ।

ସେହିଭଳି ଧୱ୍‌ନଙ୍କୁ ବେଞ୍ଚ୍‌ରେ ରଖି ଅଧିନାୟକ ରୋହିତ୍ ଶର୍ମାଙ୍କ ସହ ଲୋକେଶ୍ ରାହୁଲ୍‌ ବ୍ୟାଟିଂ ଓପନ୍ କଲେ ମୁମ୍ବାଇ ତାରକା ଶ୍ରେୟସ୍‌ ଆୟର୍‌ଙ୍କୁ ମଧ୍ୟକ୍ରମ ସମ୍ଭାଳିବାର ସୁଯୋଗ ମିଳିପାରେ। ଏପରି ହେଲେ ଚଳିତ ସିରିଜ୍‌ରେ ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ ଦେଇ ପାରି ନ ଥିବା ଦିଲ୍ଲୀର ଯୁବ ତାରକା ରିଷଭ୍ ପନ୍ତଙ୍କୁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ।

କିନ୍ତୁ ଧୱନ୍ ଦଳରେ ରହିଲେ, ଆୟର୍‌ଙ୍କୁ ସୁଯୋଗ ଦେବାକୁ ପନ୍ତଙ୍କୁ ରାସ୍ତା ଛାଡ଼ିବାକୁ ପଡ଼ିବ। କାରଣ ଭେଟେରାନ୍‌ ଦୀନେଶ୍ କାର୍ତ୍ତିକ ଦଳ ପାଇଁ ଉଭୟ କ୍ଷେତ୍ରରକ୍ଷଣ ସହ ମ୍ୟାଚ୍ ଫିନିଶର୍‌ ଭୂମିକାକୁ ସଠିକ୍‌ ନ୍ୟାୟ ଦେବାରେ ସଫଳ ହୋଇଛନ୍ତି।

ସେପଟେ ଟେଷ୍ଟ୍‌ ଓ ଦିନକିଆରୁ ଭିନ୍ନ ଲାଗୁଥିଲେ ହେଁ କାର୍ଲସ୍‌ ବ୍ରାଥ୍‌ୱେଟ୍‌ଙ୍କ କାରିବିଅନ୍‌ ଟି-ଟ୍ୱେଣ୍ଟି ଟିମ୍ ଉଭୟ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲର୍‌ଙ୍କ ମିଳିତ ପ୍ରଦର୍ଶନର ଅଭାବ ଯୋଗୁ ବିଜୟର ସ୍ୱାଦ ପାଇନାହିଁ। ଓଶାନେ ଟମାସ୍‌ଙ୍କ ଭଳି ଘଣ୍ଟା ପ୍ରତି ୧୫୦ କିମି ବେଗରେ ବଲ୍‌ ପକାଉଥିବା ବୋଲର୍‌ଙ୍କ ସଫଳ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଏଯାଏ ଅନ୍ୟ ଦିଗ ଏବଂ ମଧ୍ୟଭାଗରେ ଆବଶ୍ୟକ ସମର୍ଥନ ମିଳିନାହିଁ। ବିଶେଷ କରି ଇଣ୍ଡିଜ୍ ସ୍ପିନର୍‌ମାନେ ଏହି ଫଟାଫଟ୍ କ୍ରିକେଟ୍‌କୁ ନିୟନ୍ତ୍ରଣରେ ରଖିବାର କଳାରେ ମାହିର୍‌ ହୋଇ ନଥିବା ଭଳି ଲାଗୁଛି।

ଏହି କାରଣରୁ ଭ୍ରମଣକାରୀ ଦଳରେ ସୁନିଲ୍‌ ନାରିନ୍‌ଙ୍କ ଭଳି ସ୍ପେଶାଲିଷ୍ଟ୍‌ଙ୍କ ଅଭାବ ଢେର୍ ଅନୁଭୂତ ହେଉଛି। ନିଜେ ଅଧିନାୟକ କାର୍ଲସ୍‌ ବ୍ରାଥ୍‌ୱେଟ୍‌ ବି ବୋଲିଂରେ ନେତୃତ୍ୱର ଛିଟା ଛାଡ଼ିବାରେ ପ୍ରାୟ ବିଫଳ ହୋଇଛନ୍ତି। ତେବେ ଏହା ବ୍ୟତୀତ ଭ୍ରମଣକାରୀ ଦଳ ପାଇଁ ଚିନ୍ତାଜନକ ହୋଇଛି ବ୍ୟାଟିଂ। ବିସ୍ଫୋରକ ବ୍ୟାଟିଂର କ୍ଷମତା ସତ୍ତ୍ୱେ ଇଣ୍ଡିଜ୍‌ର ଉଭୟ ପ୍ରତିଭାବାନ୍‌ ଯୁବ ଓ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ମାନେ କ୍ରିଜ୍‌ ଜମି ରହି ପାରୁ ନଥିବା ଯୋଗୁ ଏଯାଏ ଦଳକୁ ବିଜୟର ନିକଟତର ସୁଦ୍ଧା କରାଇପାରିନାହାନ୍ତି। ଗେଲ୍‌, ଲିୱିସ୍‌ ଓ ଫ୍ଲେଚର୍‌ଙ୍କ ଅଭାବ ଦଳର ଓପନିଂକୁ ପ୍ରଭାବିତ କରିଥିବାବେଳେ ସିରିଜ୍‌ରେ ଶେଷ ଟି-ଟ୍ୱେଣ୍ଟି ଜିତିବା ପାଇଁ ଅଭିଜ୍ଞ କିଏରନ୍‌ ପୋଲାର୍ଡ୍‌ ଓ ଡ୍ୟାରେନ୍‌ ବ୍ରାଭୋଙ୍କୁ ନିଶ୍ଚୟ ଉନ୍ନତ ପ୍ରଦର୍ଶନ ଦେବାକୁ ପଡ଼ିବ।

ଟି-ଟ୍ୱେଣ୍ଟି ପୂର୍ବରୁ ଭାରତୀୟ ଦଳ ଦିନିକିଆ ଓ ଟେଷ୍ଟ୍‌ ସିରିଜ୍‌କୁ ଯଥାକ୍ରମେ ୩-୧ ଏବଂ ୨-୦ରେ ଜିତି ନେଇଥିଲା।

ରବିବାର ଏହି ଟି-ଟ୍ୱେଣ୍ଟି ମ୍ୟାଚ୍‌ ରାତି ସାଢେ ୭ଟାରୁ ଆରମ୍ଭ ହେବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ୍ ଶର୍ମା(ଅ), ଶିଖର୍ ଧୱନ୍‌,ଲୋକେଶ ରାହୁଲ୍‌, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର୍‌/ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, କୃନାଲ୍‌ ପାଣ୍ଡ୍ୟା/ ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର୍‌, ୟଜୁବେନ୍ଦ୍ର ଚହଲ୍‌, ଖଲିଲ୍‌ ଅହମ୍ମଦ ଏବଂ ସାହାବାଜ୍ ନଦୀମ୍‌।

ସମ୍ଭାବ୍ୟ ୱେଷ୍ଟ୍‌ଇଣ୍ଡିଜ୍ ଦଳ: କାର୍ଲସ୍‌ ବ୍ରାଥ୍‌ୱେଟ୍‌(ଅ), ଡ୍ୟାରେନ୍ ବ୍ରାଭୋ, ଶାଇ ହୋପ୍‌, ଦିନେଶ୍‌ ରାମଦିନ୍‌/ନିକୋଲସ୍ ପୁରନ୍(ୱି), ଶିମ୍‌ରନ୍‌ ହେଟ୍‌ମୟର୍‌, କିଏରନ୍ ପୋଲାର୍ଡ, ରୋଭ୍‌ମ୍ୟାନ୍‌ ପୱେଲ୍‌/ଶିର୍‌ଫନେ ରଦର୍‌ଫୋର୍ଡ, କେମୋ ପଲ୍‌, ଓବେଦ୍‌ ମ୍ୟାକ୍‌କୟ/ଖାରୀ ପିଅର୍‌ . ଫ୍ୟାବିଆନ୍‌ ଆଲେନ୍‌, ଓଶାନେ ଟମାସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story