ଭାରତୀୟ ଦଳର ଦମଦାର ବିଜୟ, ବରାବର ସ୍ଥିତିରେ ସିରିଜ୍

ରାଜକୋଟ୍ : ରାଜକୋଟରେ ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଦମଦାର ବିଜୟୀ ହାସଲ କରିଛି ଭାରତ। ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ଭାରତୀୟ ଟିମ୍ ହରାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୬୯ କରିଥିବା ବେଳେ ଦ.ଅଫ୍ରିକା ମାତ୍ର ୮୭ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା। ଫଳରେ ୫ ଟିକିଆ ସିରିଜରକୁ ୨-୨ରେ ବରାବର କରି ସମାନସ୍ତରକୁ ଆଣିବାରେ ଭାରତୀୟ ଟିମ୍ ସଫଳ ହୋଇଛି। ସିରିଜ କବଜା କରିବାକୁ ହେଲେ ଭାରତକୁ ୫ମ […]

kartik

  • Published: Friday, 17 June 2022
  • , Updated: 18 June 2022, 02:39 PM IST

ରାଜକୋଟ୍ : ରାଜକୋଟରେ ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଦମଦାର ବିଜୟୀ ହାସଲ କରିଛି ଭାରତ। ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ଭାରତୀୟ ଟିମ୍ ହରାଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୬୯ କରିଥିବା ବେଳେ ଦ.ଅଫ୍ରିକା ମାତ୍ର ୮୭ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା। ଫଳରେ ୫ ଟିକିଆ ସିରିଜରକୁ ୨-୨ରେ ବରାବର କରି ସମାନସ୍ତରକୁ ଆଣିବାରେ ଭାରତୀୟ ଟିମ୍ ସଫଳ ହୋଇଛି। ସିରିଜ କବଜା କରିବାକୁ ହେଲେ ଭାରତକୁ ୫ମ ତଥା ଅନ୍ତିମ ମ୍ୟାଚକୁ ଜିତିବାକୁ ହେବ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆରମ୍ଭରୁ ୩ଟି ୱିକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଋତୁରାଜ ଗାଇକ୍ୱାଡ ୫ ରନ, ଶ୍ରେୟସ ଆୟର ୪ ରନ, ଇଶାନ କିଷନ ୨୭ ରନ ଓ ଋଷଭ ପନ୍ତ ୧୭ ରନ କରି ଆଉଟ ହୋଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀନେଶ କାର୍ତ୍ତିକଙ୍କ ପାର୍ଟନରସିପ ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ପାଣ୍ଡ୍ୟା ୪୬ ରନ କରିଥିଲେ। ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୬୯ ରନ କରିଥିଲା । ଦକ୍ଷିଣ ଅଫ୍ରିକା ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରହିଥିଲା। ଏହି ମ୍ୟାଚରେ ଦୀନେଶ କାର୍ତ୍ତିକ ନିଜର ପୁରୁଣା ଫର୍ମ ଦେଖାଇଥିଲେ। ସେ ମାତ୍ର ୨୭ଟି ବଲ ଖେଳି ୫୫ରନ କରିଥିଲେ। ଯାହା ଭିତରେ ୯ଟି ଚୌକା ଓ ୨ଟି ଛକା ରହିଥିଲା।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡି ୨ଟି, ମାର୍କୋ ଜନସନ, ଡ୍ୱାଇନ୍ ପ୍ରିଟୋରିୟସ୍, ଆନରିଚ ନର୍ଟେଜେ ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପରେ ଭାରତୀୟ ଦଳର ଚମତ୍କାର ବୋଲିଂ ଆଗରେ ପୂରା ଦ. ଆଫ୍ରିକା ଟିମ୍ ଚିତପଟାଙ୍ଗ ମାରିଥିଲା। ଦ. ଆଫ୍ରିକା ଟିମ୍ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୧୪ ରନ୍, ଟେମ୍ବା ବାଭୁମା ୮ ରନ୍, ରସି ଭାନ୍ ଡେର୍ ଡୁସେନ୍ ୨୦, ହେନ୍ରିଚ୍ କ୍ଲାସେନ୍ ୮, ଡେଭିଡ ମିଲର ୯, ମାର୍କୋ ଜନସନ ୧୨, ଆନରିଚ ନର୍ଟେଜେ ୧, ଲୁଙ୍ଗି ନିଗିଡି ଓ ଟାବ୍ରାଇଜ୍ ଶାମସି ୪ ରନ୍ ଲେଖାଏଁ କରିଥିଲେ। ଡ୍ୱାଇନ୍ ପ୍ରିଟୋରିୟସ୍ ଓ କେଶବ ମହାରାଜ ଖାତା ନ ଖୋଲି ହିଁ ଆଉଟ ହୋଇଯାଇଥିଲେ।

ଭାରତ ପକ୍ଷରୁ ଉତ୍ତମ ବୋଲିଂର ପ୍ରଦର୍ଶନ କରି ଅଭେଶ ଖାନ ୪ଟି, ୟୁଜବେନ୍ଦ୍ର ଚହଲ ୨ଟି, ହର୍ଷଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଟିମ୍ ଇଣ୍ଡିଆ ପୂର୍ବରୁ ୨ଟି ମ୍ୟାଚ୍ ହାରିଥିଲେ ହେଁ ପରବର୍ତ୍ତି ୨ଟି ମ୍ୟାଚ୍ ଜିତି ଖେଳକୁ ଏକ ରୋମାଞ୍ଚକ ମୋଡ଼କୁ ଆଣିପାରିଛି।

Related story