Advertisment

୩୫ କିମି ଚାଲିବା ରେସ୍‌ରେ ଭାରତକୁ ସ୍ୱର୍ଣ୍ଣ ଦେଲେ ମଞ୍ଜୁ ଓ ରାମ

ଏହି ପ୍ରତିଯୋଗିତାରେ ଚାଇନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଖେଳାଳି ୫.୧୬.୪୧ ଘଣ୍ଟାରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Walk

Walk

ଦୌଡ଼କୁଦରୁ ଭାରତକୁ ପୁଣି ଗୋଟିଏ ପଦକ ମିଳିଛି। ଭାରତ ପାଇଁ ମିକ୍ସଡ ୩୫ କିମି ଚାଲିବା ରେସ୍‌ରେ ମଞ୍ଜୁ ରାଣୀ ଓ ରାମ ବାବୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡ଼ି ୫ ଘଣ୍ଟା ୫୧ ମିନିଟ ୧୪ ସେକେଣ୍ଡରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ଏପରି ସଫଳତା ପାଇଛନ୍ତି।

Advertisment

ଏହି ପ୍ରତିଯୋଗିତାରେ ଚାଇନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଖେଳାଳି ୫.୧୬.୪୧ ଘଣ୍ଟାରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛନ୍ତି।

ସେହିପରି ଜାପାନର ଦୁଇ ଖେଳାଳି ୫ ଘଣ୍ଟା ୨୨ ମିନିଟ ୧୧ ସେକେଣ୍ତରେ ରେସ୍‌ ରେସ କରି ରୌପ୍ୟ ପଦକ ହାତେଇଛନ୍ତି। ମଞ୍ଜୁ ଓ ରାମ ବାବୁ ବେଶ ବିଳମ୍ବରେ ରେସ୍‌ ଶେଷ କରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ଏହାକୁ ମିଶାଇ ଦୌଡ଼କୁଦରୁ ଭାରତକୁ ମିଳିଥିବା ପଦକ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୪ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ରହିଛି।

Asian Games Asian Games Update 19th Asian Games