Advertisment

ସିରିଜ୍‌କୁ କମ୍‌ ବ୍ୟାକ୍‌ କଲା ଟିମ୍‌ ଇଣ୍ଡିଆ, ନଟିଂହାମ୍‌ରେ ଦମଦାର ବିଜୟ

ଲଣ୍ଡନ୍‌: ନଟିଂହାମ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ଏକ ବୃହତ ବିଜୟ ସହ ସିରିଜ୍‌କୁ କମ୍‌ ବ୍ୟାକ୍‌ କରିଛି। ପ୍ରଥମ ଇନିଂସ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍‌ରେ ସ୍ପିଡ୍‌ ଷ୍ଟାର ଯଶପ୍ରୀତ୍‌ ବୁମ୍‌ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍‌ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି। ଟିମ୍‌ ଇଣ୍ଡିଆ ଘରୋଇ ଇଂଲିଶ ଟିମ୍‌କୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ପାଳିରେ ୫୨୧ ରନ୍‌ ଟାର୍ଗେଟର ପିଛା କରୁଥିବା ଇଂଲଣ୍ଡ ୩୧୭ […]

author-image
Hemant Lenka
ଅଦ୍ୟତନ ହୋଇଛି
ସିରିଜ୍‌କୁ କମ୍‌ ବ୍ୟାକ୍‌ କଲା ଟିମ୍‌ ଇଣ୍ଡିଆ, ନଟିଂହାମ୍‌ରେ ଦମଦାର ବିଜୟ

virat

ଲଣ୍ଡନ୍‌: ନଟିଂହାମ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ଏକ ବୃହତ ବିଜୟ ସହ ସିରିଜ୍‌କୁ କମ୍‌ ବ୍ୟାକ୍‌ କରିଛି।

Advertisment

ପ୍ରଥମ ଇନିଂସ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍‌ରେ ସ୍ପିଡ୍‌ ଷ୍ଟାର ଯଶପ୍ରୀତ୍‌ ବୁମ୍‌ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍‌ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି। ଟିମ୍‌ ଇଣ୍ଡିଆ ଘରୋଇ ଇଂଲିଶ ଟିମ୍‌କୁ ୨୦୩ ରନ୍‌ରେ ପରାସ୍ତ କରିଛି।

ଦ୍ୱିତୀୟ ପାଳିରେ ୫୨୧ ରନ୍‌ ଟାର୍ଗେଟର ପିଛା କରୁଥିବା ଇଂଲଣ୍ଡ ୩୧୭ ରନ୍‌ରେ ଅଲଆଉଟ୍‌ ହୋଇଛି। ଜେମ୍ସ ଆଣ୍ଡର୍ସନଙ୍କୁ ଆଉଟ କରି ଅଶ୍ୱିନ ଭାରତ ପାଇଁ ଶେଷ ୱିକେଟ୍‌ ଅକ୍ତିଆର କରିଛନ୍ତି।

Advertisment

ଏହି ବିଜୟ ସହ ଚଳିତ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍‌ରେ ଭାରତର ସ୍ଥିତି ୧-୨କୁ ଆସିଛି।