୪x୪୦୦ ରିଲେରେ ରୌପ୍ୟ, ଭାରତର ପଦକ ସଂଖ୍ୟା ୫୦ ଛୁଇଁଲା

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ୍‌ମାନେ ପଦକ ପରେ ପଦକ ଜିତୁଛନ୍ତି। ୪x ୪୦୦ ମିଟର୍‌ ମିକ୍ସଡ୍‌ ରିଲେ ଟ୍ରାକ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି। ଏହି ଟିମ୍‌ରେ ତାରକା ଧାବକ ମହମ୍ମଦ ଅନସ, ଏମ୍‌ଆର୍‌ ପୋଭାମ୍ମା, ହୀମା ଦାସ ଓ ଅରୋକିଆ ରାଜୀବ ଭାଗ ନେଇଥିଲେ। ଭାରତୀୟ ଧାବକମାନେ ୪x୪୦୦ ମିଟର୍‌ ରିଲେ ରେସ୍‌କୁ ୩ ମିନିଟ୍‌ ୧୫.୭୧ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ଉପରେ କବଜା କରିଛନ୍ତି। ଏହି ସଫଳତା ସହ […]

4000

4000

Sampad Mahapatra
  • Published: Tuesday, 28 August 2018
  • Updated: 28 August 2018, 03:26 PM IST

Sports

Latest News

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ୍‌ମାନେ ପଦକ ପରେ ପଦକ ଜିତୁଛନ୍ତି। ୪x ୪୦୦ ମିଟର୍‌ ମିକ୍ସଡ୍‌ ରିଲେ ଟ୍ରାକ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି।

ଏହି ଟିମ୍‌ରେ ତାରକା ଧାବକ ମହମ୍ମଦ ଅନସ, ଏମ୍‌ଆର୍‌ ପୋଭାମ୍ମା, ହୀମା ଦାସ ଓ ଅରୋକିଆ ରାଜୀବ ଭାଗ ନେଇଥିଲେ। ଭାରତୀୟ ଧାବକମାନେ ୪x୪୦୦ ମିଟର୍‌ ରିଲେ ରେସ୍‌କୁ ୩ ମିନିଟ୍‌ ୧୫.୭୧ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ଉପରେ କବଜା କରିଛନ୍ତି।

ଏହି ସଫଳତା ସହ ଚଳିତ ଏସିଆନ୍‌ ଗେମ୍ସର ୧୦ମ ଦିନରେ ହିଁ ଭାରତର ପଦକ ସଂଖ୍ୟା ୫୦ ଛୁଇଁଛି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି।

ଭାରତ ଆଜି ଅର୍ଥାତ ୧୦ମ ଦିନରେ ହିଁ ୯ଟି ପଦକ ଜିତିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି।

ବିଭିନ୍ନ ଇଭେଣ୍ଟ୍‌ରେ ଭାରତୀୟ ଖେଳାଳିମାନେ ଏବେ ବି ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଆଗକୁ ଦେଶର ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା କରୁଛନ୍ତି। ବିଶେଷ କରି ଆଥଲେଟିକ୍ସରୁ ଭାରତ ଅହୁରି ଏକାଧିକ ପଦକ ହାସଲ କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos