Advertisment

୪x୪୦୦ ରିଲେରେ ରୌପ୍ୟ, ଭାରତର ପଦକ ସଂଖ୍ୟା ୫୦ ଛୁଇଁଲା

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ୍‌ମାନେ ପଦକ ପରେ ପଦକ ଜିତୁଛନ୍ତି। ୪x ୪୦୦ ମିଟର୍‌ ମିକ୍ସଡ୍‌ ରିଲେ ଟ୍ରାକ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି। ଏହି ଟିମ୍‌ରେ ତାରକା ଧାବକ ମହମ୍ମଦ ଅନସ, ଏମ୍‌ଆର୍‌ ପୋଭାମ୍ମା, ହୀମା ଦାସ ଓ ଅରୋକିଆ ରାଜୀବ ଭାଗ ନେଇଥିଲେ। ଭାରତୀୟ ଧାବକମାନେ ୪x୪୦୦ ମିଟର୍‌ ରିଲେ ରେସ୍‌କୁ ୩ ମିନିଟ୍‌ ୧୫.୭୧ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ଉପରେ କବଜା କରିଛନ୍ତି। ଏହି ସଫଳତା ସହ […]

୪x୪୦୦ ରିଲେରେ ରୌପ୍ୟ, ଭାରତର ପଦକ ସଂଖ୍ୟା ୫୦ ଛୁଇଁଲା

4000

Advertisment

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ୍‌ମାନେ ପଦକ ପରେ ପଦକ ଜିତୁଛନ୍ତି। ୪x ୪୦୦ ମିଟର୍‌ ମିକ୍ସଡ୍‌ ରିଲେ ଟ୍ରାକ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି।

Advertisment

ଏହି ଟିମ୍‌ରେ ତାରକା ଧାବକ ମହମ୍ମଦ ଅନସ, ଏମ୍‌ଆର୍‌ ପୋଭାମ୍ମା, ହୀମା ଦାସ ଓ ଅରୋକିଆ ରାଜୀବ ଭାଗ ନେଇଥିଲେ। ଭାରତୀୟ ଧାବକମାନେ ୪x୪୦୦ ମିଟର୍‌ ରିଲେ ରେସ୍‌କୁ ୩ ମିନିଟ୍‌ ୧୫.୭୧ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ଉପରେ କବଜା କରିଛନ୍ତି।

ଏହି ସଫଳତା ସହ ଚଳିତ ଏସିଆନ୍‌ ଗେମ୍ସର ୧୦ମ ଦିନରେ ହିଁ ଭାରତର ପଦକ ସଂଖ୍ୟା ୫୦ ଛୁଇଁଛି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି।

Advertisment

ଭାରତ ଆଜି ଅର୍ଥାତ ୧୦ମ ଦିନରେ ହିଁ ୯ଟି ପଦକ ଜିତିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି।

ବିଭିନ୍ନ ଇଭେଣ୍ଟ୍‌ରେ ଭାରତୀୟ ଖେଳାଳିମାନେ ଏବେ ବି ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଆଗକୁ ଦେଶର ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା କରୁଛନ୍ତି। ବିଶେଷ କରି ଆଥଲେଟିକ୍ସରୁ ଭାରତ ଅହୁରି ଏକାଧିକ ପଦକ ହାସଲ କରିବ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe