Advertisment

ପ୍ୟାରିସ ପାରାଅଲିମ୍ପିକ୍ସ: ୬ଷ୍ଠ ଦିନରେ ଭାରତକୁ ୫ ପଦକ

ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

author-image
Madhupriya Mistry
Paris Paralympics

Paris Paralympics

ପ୍ୟାରିସ ପାରାଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍‌। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

Advertisment

ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ୨ଟି ରୌପ୍ୟ ଓ ୩ କାଂସ୍ୟ ସହ ୫ ପଦକ ହାତେଇଛି ଭାରତ। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଥିଲେ। ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ।

ଏହାପରେ ପୁରୁଷ ହାଇ ଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ। ସେ ୧.୮୮ ମିଟର ଡେଇଁ ରେକର୍ଡ ସୃଷ୍ଟି କରିଥିଲେ। ସେହିପରି ମାରିୟାପାନ୍ ଥଙ୍ଗାଭେଲୁ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେପଟେ ଜାଭଲିନ୍‌ରେ ଦୁଇଟି ପଦକ ମିଳିଥିଲା। ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

ଫଳରେ ଭାରତର ମେଡାଲ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ ବ୍ରାଞ୍ଜ ପଦକ ରହିଛି। ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା।

 Deepthi Jeevanji  Paris Paralympics 2024 Sharad Kumar