Advertisment

ଏସୀୟ କ୍ରୀଡ଼ା: ଟି-ଟ୍ୱେଣ୍ଟି ମହିଳା କ୍ରିକେଟର ଫାଇନାଲରେ ଭାରତ, ରୋଇଂରେ ମିଳିଲା ଆଉ ଦୁଇ ପଦକ

ଆଜି ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତି ସାରିଲାଣି ଭାରତ।

ଅଦ୍ୟତନ ହୋଇଛି
Men's Eight

Men's Eight

Advertisment

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ଟି-ଟ୍ୱେଣ୍ଟି ମହିଳା କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଆଜି ଦଳ ବାଂଲାଦେଶକୁ ୮ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଦଳ ଏକ ପଦକ ପକ୍କା କରିଛି।

Advertisment

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ମାତ୍ର ୫୧ ରନ୍‌ରେ ସବୁ ୱିକେଟ୍ ହରାଇଥିଲା। ୧୭.୫ ଓଭରରେ ଦଳ ୫୧ ରନ୍‌ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ମାତ୍ର ଦୁଇ ୱିକେଟ ହରାଇ ଭାତୀୟ ମହିଳା ଦଳ ୫୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଭାରତୀୟ ମହିଳା ଦଳ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରୁ ଯେଉଁ ଟିମ୍‌ ବିଜୟୀ ହେବ ତା’ ସହିତ କାଲି ଭାରତୀୟ ଦଳ ଫାଇନାଲ୍ ଖେଳିବ।

Advertisment

ଅନ୍ୟପକ୍ଷରେ ଭାରତକୁ ରୋଇଂ ବା ନୌଚାଳନାରେ ଆଉ ଦୁଇଟି ପଦକ ମିଳିଛି। ପୁରୁଷ କୋକ୍ସଲେସ୍‌ ପେୟାରରେ ବାବୁଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ପୁରୁଷ କୋକ୍ସଡ ଏଇଟ୍ ଇଭେଣ୍ଟରେ ଭାରତକୁ ମିଳିଛି ରୌପ୍ୟ ପଦକ। ଏହା ପୂର୍ବରୁ ଆଜି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍‌ ପୁରୁଷ ଲାଇଟ୍‌ୱେଟ ଡବଲ୍ ସ୍କଲ୍‌ସରେ ରୌପ୍ୟ ପଦକ ଜିତିଥିଲେ।

ଭାରତ ପାଇଁ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିଥିଲେ ମହିଳା ଶୁଟର ଟିମ୍। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ଜିତିଥିଲେ ରୌପ୍ୟ ପଦକ।

Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe