Advertisment

ଚୀନରେ ଇତିହାସ ରଚିଲା ଭାରତ, ଦେଶକୁ ଆସିଲା ୧୦୭ ପଦକ

୧୦୭ ପଦକ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ।

Indian Hockey Team

Indian Hockey Team

Advertisment

ଆସନ୍ତାକାଲି ଉଦ୍‌ଯାପିତ ହେବ ଏସିଆନ ଗେମ୍ସ। ତା’ପୂର୍ବରୁ ଆଜି ଅଭିଯାନ ଶେଷ କରିଛି ଭାରତ। ରେକର୍ଡ ୧୦୭ଟି ପଦକ ଜିତିଛି। ତା’ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ। ଏସିଆନ ଗେମ୍ସ ଇତିହାସରେ ଭାରତ ଏତେ ସଂଖ୍ୟକ ପଦକ କେବେ ଜିତି ନଥିଲା। ୨୦୧୮ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତ ୭୦ଟି ପଦକ ଜିତିଥିଲା।

Advertisment

୧୦୭ଟି ପଦକ ମଧ୍ୟରୁ ସର୍ବାଧିକ ପଦକ ଆସିଛି ଆଥଲେଟିକ୍ସରୁ। ଏଥିରେ ୬ଟି ସ୍ୱର୍ଣ୍ଣ ସମେତ ୨୯ଟି ପଦକ ରହିଛି। ଏହା ତଳକୁ ଅଛି ଶୁଟିଂ। ଏଥିରୁ ଆସିଛି ୨୨ଟି ପଦକ। ତା’ ମଧ୍ୟରେ ରହିଛି ୭ଟି ସ୍ୱର୍ଣ୍ଣ। ତୀରାନ୍ଦାଜୀରୁ ୯ଟି ପଦକ ଆସିଥିବା ବେଳେ ତା’ ମଧ୍ୟରେ ରହିଛି ୫ଟି ସ୍ୱର୍ଣ୍ଣ। ଅନେକ କ୍ଷେତ୍ରରେ ଭାରତ ଇତିହାସ ରଚିଛି। ଉଦାହାରଣ ସ୍ୱରୂପ ବ୍ୟାଡମିଣ୍ଟନରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏସିଆନ୍ ଗେମ୍ସ ପ୍ରଥମ ଭାରତୀୟ ମହିଳା ଗଲ୍‌ଫ ଖେଳାଳି ଭାବେ ପଦକ ଜିତିଛନ୍ତି ଅଦିତି ଅଶୋକ। ସେ ରୌପ୍ୟ ପଦକ ଜିତିଛନ୍ତି।

ସେହିପରି ପଦକ ଜିତିବା ସହିତ ଭାରତୀୟ ପୁରୁଷ ହକି ଦଳ (ସ୍ୱର୍ଣ୍ଣ), ବକ୍ସର ନିଖାତ ଜରୀନ (ବ୍ରୋଞ୍ଜ), ପରବୀନ (ବ୍ରୋଞ୍ଜ), ପ୍ରୀତି (ବ୍ରୋଞ୍ଜ) ଓ ଲୋଭଲିନା (ବ୍ରୋଞ୍ଜ) ପ୍ରମୁଖ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଛନ୍ତି। ଓଡ଼ିଶାର କିଶୋର ଜେନା ଜାଭେଲିନରେ ରୌପ୍ୟ ପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

ଚୀନର ହାଙ୍ଗଝୌରେ ଏହିପରି ଅନେକ ସୁଖଦ ସ୍ମୃତି ସାଉଁଟି ଥିବା ଭାରତ ଆଉ କିଛି କ୍ଷେତ୍ରରେ ନିରାଶ ମଧ୍ୟ ହୋଇଛି। କୁସ୍ତିରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। ଦୀପକ ପୁନିଆଙ୍କ ବ୍ୟତୀତ ଆଉ କେହି ରୌପ୍ୟ ପଦକ ମଧ୍ୟ ପାଇଲେ ନାହିଁ। ମିଳିଥିବା ୬ଟି ପଦକରୁ ୫ଟି ହେଉଛି ବ୍ରୋଞ୍ଜ। ସବୁଠୁ ଅଧିକ ନିରାଶ କରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ। ସେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ହାରିଯାଇଥିଲେ। ସେହିପରି ବକ୍ସିଂରେ ପରବୀନ, ଲଭଲିନା ପ୍ରମୁଖ ପଦକ ପାଇବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ହେଁ, ସେମାନଙ୍କଠାରୁ ଅଧିକ ଆଶା କରାଯାଉଥିଲା। କେହି ସ୍ୱର୍ଣ୍ଣ ପଦକ ଜିତିପାରିଲେ ନାହିଁ। କେବଳ ଲଭଲିନା ରୌପ୍ୟ ପଦକ ପାଇଛନ୍ତି।

କେଉଁଥିରେ କେତେ ପଦକ ଆସିଲା

  • ତୀରନ୍ଦାଜୀ- ୯ ପଦକ- ୫ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ
  • ଆଥ୍‌ଲେଟିକ୍ସ – ୨୯ ପଦକ- ୬ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୯ ବ୍ରୋଞ୍ଜ
  • ବ୍ୟାଡମିଣ୍ଟନ- ୩ ପଦକ- ୧ ସ୍ୱର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ
  • ବକ୍ସିଂ- ୫ ପଦକ – ୧ ରୌପ୍ୟ, ୪ ବ୍ରୋଞ୍ଜ
  • ବ୍ରିଜ୍‌- ୧ ପଦକ - ୧ ରୌପ୍ୟ
  • କ୍ୟାନୋ ସ୍ପ୍ରୀଣ୍ଟ- ୧ ପଦକ - ୧ ବ୍ରୋଞ୍ଜ
  • ଚେସ୍‌- ୨ ପଦକ - ୨ ରୌପ୍ୟ
  • କ୍ରିକେଟ-୨ ପଦକ - ୨ ସ୍ୱର୍ଣ୍ଣ
  • ଅଶ୍ୱଚାଳନା- ୨ ପଦକ - ୧ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ
  • ଗଲ୍‌ଫ- ୧ ପଦକ - ୧ ରୌପ୍ୟ
  • ହକି- ୨ ପଦପ - ୧ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ
  • କବାଡ଼ି- ୨ ପଦକ - ୨ ସ୍ୱର୍ଣ୍ଣ
  • ରୋଲର ସ୍କେଟିଂ- ୨ ପଦକ - ୨ ବ୍ରୋଞ୍ଜ
  • ରୋଇଂ (ନୌଚାଳନା) – ୫ ପଦକ - ୨ ରୌପ୍ୟ, ୩ ବ୍ରୋଞ୍ଜ
  • ସେଲିଂ (ପୋତ ଚାଳନା)- ୩ ପଦକ - ୧ ରୌପ୍ୟ, ୨ ବ୍ରୋଞ୍ଜ
  • ସେପକଟାକରେ- ୧ ପଦକ - ୧ ବ୍ରୋଞ୍ଜ
  • ଶୁଟିଂ- ୨୨ ପଦକ - ୭ ସ୍ୱର୍ଣ୍ଣ, ୯ ରୌପ୍ୟ, ୬ ବ୍ରୋଞ୍ଜ
  • ସ୍କ୍ୱାଶ୍‌- ୫ ପଦକ - ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ
  • ଟେବୁଲ ଟେନିସ- ୧ ପଦକ - ୧ ବ୍ରୋଞ୍ଜ
  • ଟେନିସ- ୨ ପଦକ - ୧ ସ୍ୱର୍ଣ୍ଣ, ୧ ରୌପ୍ୟ
  • କୁସ୍ତି- ୬ ପଦକ- ୧ ରୌପ୍ୟ, ୫ ବ୍ରୋଞ୍ଜ
  • ଉଶୁ- ୧ ପଦକ - ୧ ରୌପ୍ୟ
  • ଚେସ୍- ୨ ପଦକ - ୨ ରୌପ୍ୟ
Asian Games Asian Games 2023 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe