Advertisment

ଡିଫେଣ୍ଡିଂ ଚମ୍ପିଆନ୍‌ ବିଶ୍ୱକପ୍‌ରୁ ବିଦା, ସେମିରେ ଭାରତ

ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ। ବ୍ୟକ୍ତିଗତ ଭାବେ ୯ ରନ୍‌ କରିଥିବା ବେଳେ କ୍ରିକ୍ସ ୱକ୍ସଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ଗିଲ୍‌।

author-image
Manoranjan Sial
Cricket

Cricket

ବିଶ୍ୱକପ୍‌ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ ରହିଛି। ଆଜି ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଏଥିସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି।

Advertisment

ଆଜି ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚ୍‌ରେ ୨୩୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଜବରଦସ୍ତ ବୋଲିଂ କରିଥିଲେ ବୁମ୍ରା। ତୃତୀୟ ଓଭରରେ ବୁମ୍ରା ଲଗାତାର ଦୁଇଟି ୱିକେଟ୍‌ ନେଇ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଓପ୍‌ନର ଡାୱିଡ ମଲାନଙ୍କୁ ବୋଲ୍‌ଡ କରିଥିବା ବେଳେ ଜୋ ରୁଟଙ୍କୁ LBW କରିଥିଲେ ବୁମ୍ରା। ପରେ ବ୍ୟାଟିଂ କରିବାକୁ ଆସିଥିବା ବେନ ଷ୍ଟୋକ୍ସଙ୍କୁ ବୋଲଡ୍‌ କରିଥିଲେ ଶାମି। ସେହିପରି ଜନ୍ନି ବେୟାରଷ୍ଟୋ ୧୪, ଜୋଶ ବଟଲର ୧୦, ମୋଇନ ଅଲୀ ୧୫, ଲିଆମ ଲିଭଙ୍ଗଷ୍ଟୋନ ୨୭, କ୍ରିକ୍ସ ୱକ୍ସ ୧୦, ମାର୍କ ଉଡ ଶୂନ୍ୟ ଓ ଆଦିଲ ରଶିଦ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଡାଭିଡ ୱିଲୀ ୧୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୩, ମହମ୍ମଦ ଶାମି ୪, କୁଲଦୀପ ୨ ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି। ମାତ୍ର ମହମ୍ମଦ ସିରାଜ କୌଣସି ୱିକେଟ୍‌ ପାଇନାହାନ୍ତି। ୩୪.୫ ଓଭରେ ୧୨୯ ରନ୍‌ରେ ଇଂଲଣ୍ଡକୁ ଭାରତ ଅଟକାଇଥିଲା।

Advertisment

ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ। ବ୍ୟକ୍ତିଗତ ଭାବେ ୯ ରନ୍‌ କରିଥିବା ବେଳେ କ୍ରିକ୍ସ ୱକ୍ସଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ଗିଲ୍‌। ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ୍‌ କୋହଲି। ସେ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୯ଟି ବଲ୍‌ ଖଳି ଖାତା ଖୋଲିନପାରି ଡାଭିଡ ୱିଲୀଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ।

ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ଶ୍ରେୟସ ଆୟର। ସେ ମାତ୍ର ୪ ରନ୍‌ କରି କ୍ରିକ୍ସ ୱକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ କେ.ଏଲ୍‌ ରାହୁଲ୍‌। କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ସହ ମିଶି ସେ ଧର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ। ଉଭୟ କିଛି ସମୟ ପାଳି ସମ୍ଭାଳି ଥିଲେ। ବ୍ୟକ୍ତିଗତ ଭାବେ ୩୯ ରନ୍‌ କରିଥିବା ବେଳେ ଡାଭିଡ ୱିଲୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ରାହୁଲ୍‌। ତା’ପରେ ରୋହିତ ୮୭, ସୂର୍ଯ୍ୟକାନ୍ତ ଯାଦବ ୪୯, ରବୀନ୍ଦ୍ର ଜାଡେଜା ୮, ମହମ୍ମଦ ଶାମି ୧ ଓ ଯଶପ୍ରୀତ ବୁମ୍ରା ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ। କୁଲଦୀପ ଯାଦବ ୯ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ। ଭାରତ ୯ ୱିକେଟ୍‌ ହରାଇ ୨୨୯ ରନ୍‌ କରିଥିଲା। ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ।

Cricket ICC Men’s Cricket World Cup 2023