Advertisment

ବିଶ୍ୱକପ୍‌ରେ ଭାରତର ଅଷ୍ଟମ ବିଜୟ

ବିରାଟ କୋହଲି ଓ ଶ୍ରେୟସ ଆୟର ଦମ୍‌ଦାର ବ୍ୟାଟିଂ ପରେ ଭାରତର ଜବରଦସ୍ତ ବୋଲିଂ କରିଛି। ୩୨୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା।

author-image
Manoranjan Sial
ଅଦ୍ୟତନ ହୋଇଛି
Cricket

Cricket

ବିଶ୍ୱକପ୍‌ କ୍ରିକେଟରେ ଭାରତର ଲଗାତର ଅଷ୍ଟମ ବିଜୟ ହାସଲ କରିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ପରାସ୍ତ କରିଛି ଭାରତ। ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ରେକର୍ଡ ଶତକ ହାସଲ କରିଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Advertisment

ବିରାଟ କୋହଲି ଓ ଶ୍ରେୟସ ଆୟର ଦମ୍‌ଦାର ବ୍ୟାଟିଂ ପରେ ଭାରତର ଜବରଦସ୍ତ ବୋଲିଂ କରିଛି। ୩୨୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍‌ନର ଅଧିନାୟକ ତେମ୍ବା ବଭୂମା ଓ ୱିକେଟ୍ କିପର୍ କ୍ୱିଣ୍ଟନ୍ ଡି କକ୍। ହେଲେ ମହମ୍ମଦ ସିରାଜଙ୍କ ଘାତ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। ସିରାଜଙ୍କ ବଲ୍‌ରେ ୪ ରନ୍‌ କରି ବୋଲ୍‌ଡ ହୋଇଥିଲେ କ୍ୱିଣ୍ଟନ୍ ଡି କକ୍। ତା’ପରେ ପାଳି ସମ୍ଭାଳିବାକୁ ଆସିଥିଲେ ରସି ଭାନ୍ ଡେର୍ ଡୁସେନ୍। ସେ ଧର୍ଯ୍ୟର ସହ ଅଧିନାୟକ ତେମ୍ବା ବଭୂମାଙ୍କ ସାଥ ଦେଉଥିଲେ। କ୍ରିଜ୍‌ରେ ପାଦ ସମ୍ଭାଳିବା ବେଳେ ତେମ୍ବା ବଭୂମା ୧୧ ରନ୍‌ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ।

ତେମ୍ବା ବଭୂମା ଆଉଟ୍‌ ହେବା ପରେ ଏଡନ ମାର୍କ୍ରମ। ସେ ମଧ୍ୟ ବେଶୀ ସମୟ ରହିପାରିନଥିଲେ। ୯ ରନ୍ କରିଥିବା ବେଳେ ଏଡନ ମାର୍କ୍ରମ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତା’ପରେ ହେନରିଚ୍ କ୍ଲାସେନ୍ ୧, ରସି ଭାନ୍ ଡେର୍ ଡୁସେନ୍ ୧୩, ଡାଭିଡ ମିଲର ୧୧, କେଶବ ମହାରାଜ ୧୩, ମାର୍କୋ ୟାନସେନ୍ ୧୪, କାଗିସୋ ରାବାଡା ୬ ରନ୍‌ କରିଥିବା ବେଳେ ଲୁଙ୍ଗି ଏନଗିଡି ଖାତାଲି ଖୋଲି ପାରିଲେ ନାହିଁ। ତାବ୍ରେଜ ଶମସି ୪ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି।

Advertisment

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି ୨ଟି, କୁଲଦୀପ ଯାଦବ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

Indian Cricket Team ICC Men’s Cricket World Cup 2023