Advertisment

ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ, ଜିତିଲା ଭାରତ

ବାଙ୍ଗାଲୁରୁରେ ଖେଳାଯାଇଥିଲେ ଶେଷ T-20ରେ ଟନ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଦେଇଥିଲା ଅଷ୍ଟ୍ରେଲିଆ। ମାତ୍ର ଅଷ୍ଟ୍ରେଲିଆ ବୋଲର ଆକ୍ରମଣାତ୍କ ବୋଲିଂ କରିଥିଲେ। ଶ୍ରେୟସ ଆୟରଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ୧୫୯ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା।

India

India

Advertisment

ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ। ଜିତିଲା ଭାରତ। ୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୫ଟିକିଆ T-20 ସିରିଜକୁ ଭାରତ ୪-୧ରେ ଜିତି ନେଇଛି। 

Advertisment

ବେଙ୍ଗାଲୁରୁରେ ଖେଳା ଯାଉଥିବା T-20 ସିରିଜର ଶେଷ ମ୍ୟାଚ୍‌ରେ ୧୬୦ ରନ୍‌ର ଟାଗେର୍ଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆର୍‌ ଓପ୍‌ନର ଟ୍ରାଭିସ୍‌ ହେଡ ଓ ଜୋଶ ଫିଲ୍ଲିପେ। ହେଡ୍‌ ପ୍ରଥମ ଓଭରରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଅର୍ଶଦୀପ ସିଂହଙ୍କ ପ୍ରଥମ ଓଭରରେ ହେଟ୍ରିକ୍‌ ଚୌକା ମାରିଥିଲେ। ହେଲେ ଦ୍ୱିତୀୟ ଓଭରରେ ମୁକେଶ କୁମାରଙ୍କ ଶିକାର ବନିଥିଲେ ଜୋଶ ଫିଲ୍ଲିପେ। ସେ ୪ ରନ୍‌ କରି ଆଉଟ୍‌ ହୋଇଥିଲେ।

ଜୋଶ ଫିଲ୍ଲିପେ ଆଉଟ୍‌ ହେବା ପରେ ପଡ଼ିଆକୁ ଆସିଥିଲେ ବେନ ମ୍ୟାକଡେରମୋଟ। ସେ ହେଡ୍‌ଙ୍କ ସହ ମିଶି ବେଟିଂ କରୁଥିଲେ। ତେବେ ରବି ବିଷ୍ଣୋଇଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ହେଡ୍‌। ତା’ପରେ ବ୍ୟାଟିଂ କରିବାକକୁ ଆସିଥିଲେ ଆରୋନ ହାର୍ଡି। ମାତ୍ର ସେ ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ରବି ବିଷ୍ଣୋଇଙ୍କ ବୋଲିଂରେ ଶ୍ରେୟସ୍‌ ହାତରେ କ୍ୟାଚ୍‌ ଆଉଟ ହୋଇଥିଲେ ହାର୍ଡି। ୧୦ ବଲ ଖେଳି ବ୍ୟକ୍ତିଗତ ଭାବେ ୪ ରନ୍‌ କରି ଆଉଟ ହୋଇଥିଲେ। ପରେ ଟିମ ଡାଭିଡ କ୍ରିଜ୍‌କୁ ଆସିଥିଲେ। ସେ ବେନ ମ୍ୟାକଡେରମୋଟଙ୍କ ସହ ମିଶି କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ। ବେନ ମ୍ୟାକଡେରମୋଟ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅକ୍ସର ପଟେଲଙ୍କ ବଲରେ ଆଉଟ୍‌ ହୋଇଥିଲେ ଡାଭିଡ୍‌। ସେ ୧୭ ରନ୍‌ କରି ପ୍ୟାଭିଲନ୍‌ ଫେରିଥିଲେ।

Advertisment

ଡାଭିଡ୍‌ଙ୍କ ପରେ କ୍ରିଜ୍‌କୁ ଆସିଥିଲେ ମାଥ୍ୟୁ ଶର୍ଟ। ସେ ମ୍ୟାକଡେରମୋଟଙ୍କ ସାଥ୍‌ ଦେଇଥିଲେ। ଡାଭିଡ୍‌ ଗୋଟିଏ ପାର୍ଶ୍ୱରେ ପାଳି ସମ୍ଭାଳିଥିବା ବେଳେ ମ୍ୟାକଡେରମୋଟ ଜବରଦସ୍ତ ବ୍ୟାଟିଂ କରୁଥିଲେ। ଜଣାପଡ଼ୁଥିଲା ସେ ଭାରତ ହାତରୁ ମ୍ୟାଚ ଛଡ଼ାଇନେବେ। ହେଲେ ସେ ୩୬ ବଲ୍‌ରେ ୫୪ ରନ୍‌ କରିଥିବା ବେଳେ ଅର୍ଶଦୀପଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତା’ପରେ ବ୍ୟାଟିଂ ପାଇଁ ଆସିଥିଲେ ଅଧିନାୟକ ମାଥ୍ୟୁ ୱେଡ। ପାଳି ସମ୍ଭାଳିବା ବେଳେ ମ୍ୟାଥ୍ୟୁ ଶର୍ଟ ୧୬ ରନ୍‌ କରି ମୁକେଶ୍‌ କୁମାରଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ମ୍ୟାଥ୍ୟୁ ଶର୍ଟଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ବେନ ଡୱାଶୁଇସ ମଧ୍ୟ ମୁକେଶ କୁମାର ବୋଲଡ୍‌ କରିଥିଲେ। ମୁକେଶ କୁମାରଙ୍କର ହେଟ୍ରିକ୍‌ ଚାନ୍ସ ଥିଲା। ମାତ୍ର ନାଥନ ଏଲିସ ଡିଫେନ୍ସ କରିବାରୁ ମୁକେଶଙ୍କ ହେଟ୍ରିକ୍‌ ଆଶା ମଉଳି ଯାଇଥିଲା। ଶେଷ ଓଭରରେ ଅଧିନାୟକ ମାଥ୍ୟୁ ୱେଡ ୨୨ ରନ୍‌ କରି ଅର୍ଶଦୀପଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତା’ପରେ ବ୍ୟାଟିଂ ପାଇଁ ଆସିଥିଲେ ଜସନ୍‌ ବେହର୍ନଡ୍ରଫ। ୨୦ ଓଭରରେ ଅଷ୍ଟ୍ରେଲିଆ ୧୫୪ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ୍‌ ନେଇଥିବା ବେଳେ ଅର୍ଶଦୀପ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଏବଂ ଅକ୍ସର ପଟେଲ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି। 

ବାଙ୍ଗାଲୁରୁରେ ଖେଳାଯାଇଥିଲେ ଶେଷ T-20ରେ ଟନ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଦେଇଥିଲା ଅଷ୍ଟ୍ରେଲିଆ। ମାତ୍ର ଅଷ୍ଟ୍ରେଲିଆ ବୋଲର ଆକ୍ରମଣାତ୍କ ବୋଲିଂ କରିଥିଲେ। ଶ୍ରେୟସ ଆୟରଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ୧୫୯ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା।

Indian Cricket Team India Vs Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe