Advertisment

ସିରିଜ କବ୍‌ଜା କଲା ଭାରତ; ହାରିଲା ଆଫଗାନିସ୍ତାନ

୧୭୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ଜୟସୱାଲ୍‌। ଖାତା ଖୋଲିବା ପୂର୍ବରୁ ରୋହିତ ଆଉଟ୍‌ ହୋଇଯାଇଥିଲେ। ତା’ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ।

Cricket

Cricket

Advertisment

ଆଫଗାନିସ୍ତାକୁ ୬ ୱିକେଟ୍‌ରେ ହରାଇ T-20 ସିରିଜକୁ କବ୍‌ଜା କଲା ଭାରତ। ଶିବମ ଦୁବେଙ୍କ ଅଲ୍‌ରାଣ୍ଡର ପ୍ରଦର୍ଶନ ଓ ଜୟସୱାଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଜିତିଛି ଭରତ। 

Advertisment

୧୭୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ଜୟସୱାଲ୍‌। ଖାତା ଖୋଲିବା ପୂର୍ବରୁ ରୋହିତ ଆଉଟ୍‌ ହୋଇଯାଇଥିଲେ। ତା’ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ଜୟସୱାଲ୍‌ଙ୍କ ସହ ମିଶି ସେ କିଛି ସମୟ ପାଇଁ ପାଳିକୁ ସମ୍ଭାଳି ଥିଲେ। ଜୟସୱାଲ୍‌ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ୧୬ ବଲ୍‌ରେ ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ କୋହଲି। ତା’ପରେ ଆସିଥିଲେ ଶିବମ ଦୁବେ। ଉଭୟ ମିଶି ପାଳି ସମ୍ଭାଳିବା ସହିତ ଭାରତକୁ ବିଜୟ ଅଭିମୁଖେ ନେଇଥିଲେ। ଏଥିସହ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସ କରିଥିଲେ।

ତେବେ ଦଳୀୟ ସ୍କୋର ୧୫୩ ରନ୍‌ ଥିବା ବେଳେ ବିସ୍ଫୋରକ ଜୟସୱାଲ୍‌ ଆଉଟ୍‌ ହୋଇଥିଲେ। ସେ ୩୪ ବଲ୍‌ରେ ୬୮ ରନ୍‌ କରିଛନ୍ତି। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଜିତେଶ ଶର୍ମା ଖାତା ଖୋଲି ପାରିନଥିଲେ। ଦୁଇ ୱିକେଟ୍‌ ଯାଇଥିଲେ ମଧ୍ୟ ଶିବମ ଦୁବେ ନିଜର ଦମ୍‌ଦାର ବ୍ୟାଟିଂପ୍ରଦର୍ଶନ କରିଥିଲେ। ତାଙ୍କୁ ରିଙ୍କୁ ସିଂ ବ୍ୟାଟିଂ ସାଥ ଦେଇଥିଲେ। ଶେଷରେ ରିଙ୍କୁ ସିଂହ ଚୌକା ଭାରତକୁ ବିଜୟ ଭେଟି ଦେଇଥିଲେ। ବିଜୟୀ ବେଳକୁ ଶିବମ ଦୁବେ ୬୩ ଓ ରିଙ୍କୁ ସିଂହ ୯ ରନ୍‌ କରି ଅପରାଜିତ ରହିଥିଲେ। ଏହି ବିଜୟ ସହ ଭାରତ ୩ଟିକିଆ T-20 ସିରିଜକୁ ଆଗୁଆ ୨-୦ରେ କବ୍‌ଜା କରିନେଇଛି।

Advertisment

ଭାରତ ଟସ୍‌ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଆଫକାନିସ୍ତାନ ସମସ୍ତ ୱିକେଟ୍‌ ହରାଇ ୧୭୩ ରନ୍‌ର ଟାର୍ଗେଟ ଦେଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି, ରବୀ ବିଷ୍ଣୋୟି, ଅକ୍ସର ପଟେଲ ୨ଟି ଲେଖାଏଁ ଓ ଶିବମ ଦୁବେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

Bcci India Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe