Advertisment

T20 World Cup : ୯୩ ରନରେ ଜିତିଲା ଭାରତ

author-image
Jitendra Garnayak
Ishan-Kishan

ଶଟ ଖେଳୁଛନ୍ତି କିଶାନ

ଚଳିତ ଟି୨୦ ବିଶ୍ୱକପରେ ଭାରତକୁ ମିଳିଛି ଆଉ ଏକ ବିଜୟ। ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ଏକ ମ୍ୟାଚରେ ଭାରତ ୯୩ ରନରେ ନାମିବିୟାକୁ ପରାସ୍ତ କରିଛି।

Advertisment

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ କରିଥିଲା। ୨୧୦ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ନାମିବିୟା ୧୮.୪ ଓଭରରେ ୧୧୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। 

ନାମିବିୟା ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ୧,୨,୩ ଓଭର ବ୍ୟବଧାନରେ ଦଳ ୱିକେଟ ହରାଇଥିଲା। ଦଳ ପକ୍ଷରୁ ଏଲ.ଷ୍ଟୀନକାମ୍ପ ସର୍ବାଧିକ ୨୯ ରନ୍ କରିଥିବା ବେଳେ ଜେ ଫାଇଲିଙ୍କ ୨୨ ଓ ଜି ଇରାସମସ ୧୮ ରନ୍ କରିଥିଲେ। ୨ ଜଣ ବ୍ୟାଟର ଶୂନ୍ୟେ ଆଉଟ୍ ହୋଇଥିବା ବେଳେ ୩ ଜଣ ଏକ ଅଙ୍କ ଟପି ନଥିଲେ। 

Advertisment

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସବୁଠୁ ଅଧିକ ୩ଟି ଉଇକେଟ ନେଇଥିଲେ।