Advertisment

ଭାରତର ଦମ୍‌ଦାର ବିଜୟ, ୯୯ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

୪୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍‌ନର ଏମ.ଶୋର୍ଟ ଓ ଡେଭିଡ୍‌ ୱାର୍ଣ୍ଣର୍। ହେଲେ ସେମାନେ ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ୯ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ।

ଅଦ୍ୟତନ ହୋଇଛି
India

India

Advertisment

ଇନ୍ଦୋରରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତର ଦମ୍‌ଦାର ବିଜୟ ହୋଇଛି। ୯୯ ରନ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି।  ବର୍ଷା ବାଧାପ୍ରାପ୍ତ ମ୍ୟାଚରେ DLS ମେଥଡ୍‌ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ୩୩ ଓଭରରେ ୩୧୭ ରନ୍‌ ଥିଲା। ୨୮.୨ ଓଭରରେ ଅଷ୍ଟ୍ରେଲିଆ ଆଉଟ୍‌ ହୋଇଯାଇଥିଲା। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭାରତ କବ୍‌ଜା କରିଛି। ଶ୍ରେୟସ୍‌ ଆୟାର୍‌ ମ୍ୟାନ୍‌ ଅଫ୍‌ ଦି’ ମ୍ୟାଚ୍‌ ହୋଇଛନ୍ତି। 

Advertisment

୪୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍‌ନର ଏମ.ଶୋର୍ଟ ଓ ଡେଭିଡ୍‌ ୱାର୍ଣ୍ଣର୍। ହେଲେ ଅଷ୍ଟ୍ରେଲିଆର ଦୁଇ ଓପ୍‌ନର ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ୯ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ। ଏମ. ଶୋର୍ଟ ୯ ରନ୍‌ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତାଙ୍କ ପଛେ ପଛେ ଖାତା ଖୋଲି ନପାରି ପାଭିଲନ୍‌ ଫେରିଥିଲେ କ୍ୟାପ୍‌ଟେନ୍‌ ଷ୍ଟିଭ୍‌ ସ୍ମିଥ୍‌।

କ୍ୟାପ୍‌ଟେନ୍‌ ଷ୍ଟିଭ୍‌ ସ୍ମିଥ୍‌ ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଏମ ଲାବୁସେନ। ଡେଭିଡ୍‌ ୱାର୍ଣ୍ଣର୍ ଓ ଏମ ଲାବୁସେନ ରନ୍‌ ପାଇଁ ସଂଘର୍ଷ କରିଥିବା ବେଳେ ବର୍ଷା ହୋଇଥିଲା। ଯେଉଁଥିପାଇଁ ଖେଳ ବନ୍ଦ ରହିଥିଲା। ଖେଳ ଆରମ୍ଭ ହେବା ବେଳକୁ DLS ମେଥଡ୍‌ରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍‌ର ଟାର୍ଗେଟ ମିଳିଥିଲା। 

Advertisment

ହେଲେ ରବୀଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଏମ ଲାବୁସେନ। ସେ ୩୧ ବଲରେ ୨୭ ରନ୍‌ କରିଥିବା ବେଳେ ଅଶ୍ୱିନୀଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ତାଙ୍କ ପଛେ ପଛେ ୫୩ କରିଥିବା ଡେଭିଡ୍‌ ୱାର୍ଣ୍ଣର୍ ମଧ୍ୟ ଆଉଟ୍‌ ହୋଇଥିଲେ। ସେ ଅଜବ ଗଜବ ଖେଳୁଥିବା ବେଳେ ଅଶ୍ୱିନୀ ତାଙ୍କୁ LBW ଆଉଟ୍‌ କରିଥିଲେ।

ତା’ପରେ ଜୋସ୍‌ ଇଂଗଲିସ ୬, ଆଲେକ୍ସ କ୍ୟାରୀ ୧୪, କ୍ୟାମେରୋନ୍‌ ଗ୍ରୀନ୍‌ ୧୯, ଏ. ଜାମ୍ପା ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଏସ ଅବୋଟ୍ଟୋ ଓ ଜୋସ୍‌ ହାଜଲଉଡ୍ ଧୂଆଁଦାର ବ୍ୟାଟିଂ କରିଥିଲେ। ଏସ ଅବୋଟ୍ଟୋ ୩୬ ବଲ୍‌ରେ ୫୪ ରନ କରିଥିବା ବେଳେ ଜୋସ୍‌ ହାଜଲଉଡ୍ ୧୬ ବର୍ଷରେ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ। 

ଟିସ୍‌ ଜିତିବା ପରେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍। ୧୨ ବଲ୍ ଖେଳି ୮ ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍ ଆୟର। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। କଙ୍ଗାରୁ ବୋଲରଙ୍କ ବହେ ଛେଚିଥିଲେ। କାହାକୁ ଛାଡ଼ି ନଥିଲେ। ଉଭୟ ଶତକୀୟ ପାଳି ଖେଳିଥିଲେ। ଦଳୀୟ ସ୍କୋର ୨୧୬ ଥିବା ବେଳେ  ଶ୍ରେୟସ ୧୦୫ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ପରେ ଶୁବମନଙ୍କ ସାଥ୍ ଦେଇଥିଲେ କ୍ୟାପ୍‌ଟେନ୍‌ କେ.ଏଲ୍‌ ରାହୁଲ୍। କିଛି ସମୟ ପରେ ୯୭ ବଲ୍‌ରେ ୧୦୪ ରନ୍‌ କରି ଆଉଟ୍ ହୋଇଥିଲେ ଗିଲ୍।

ଗିଲ୍‌ଙ୍କ ପରେ ମୈଦାନକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ସେ ୩୭ ବଲରେ ଧୂଆଁଧାର ୭୨ ରନ୍ କରି ଦଳକୁ ଏକ ବଡ ସ୍କୋର୍ ଅଭିମୁଖେ ନେଇଥିଲେ। ସେପଟେ କେଏଲ ରାହୁଲ୍ ମଧ୍ୟ ଦମଦାର୍ ପ୍ରଦର୍ଶନ କରିଛନ୍ତି। ସେ ୩୮ ବଲରେ ୫୨ ରନ୍ କରିଥିଲେ। ରାହୁଲଙ୍କୁ ଗ୍ରୀନ୍ ବୋଲ୍ଡ କରିବା ପରେ ଆସିଥିଲେ ରବିନ୍ଦ୍ର ଜାଡେଜା। ସେ ଅପରାଜିତ ୧୩ ରନ୍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ଟାର୍ଗେଟ ଦେଇଥିଲେ।

Bcci India Vs Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe