Advertisment

INDvsAUS: ମିଶିମାଶି ଜିତାଇଲେ

ଭାରତ ଆଜି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୮୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୫ ୱିକେଟ୍‌ରେ ମ୍ୟାଚ୍ ଜିତି ଯାଇଥିଲା।

Cricket
Advertisment

ତୃତୀୟ ଟି-ଟ୍ୱେଣ୍ଟିରେ ବାଜି ମାରିଲା ଭାରତ। ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା। ଏହା ସହିତ ସିରିଜ୍‌ ୧-୧ ସ୍ଥିତିକୁ ନେଇଆସିଛି ଭାରତ। 

Advertisment

ଭାରତ ଆଜି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୮୬ ରନ୍ କରିଥିଲା। ଏହାର ଜବାବରେ ଭାରତ ୫ ୱିକେଟ୍‌ରେ ମ୍ୟାଚ୍ ଜିତି ଯାଇଥିଲା। ଦଳ ୧୮.୩ ଓଭରରେ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା।

ଯଦିଓ ୱାଶିଂଟନ ସୁନ୍ଦର ଅପରାଜିତ ରହି ସର୍ବାଧିକ ୪୯ ରନ୍ କରିଥିଲେ, ତଥାପି କୁହାଯାଇପାରେ ଭାରତୀୟ ଦଳର ସମସ୍ତ ବ୍ୟାଟର ଭଲ ଖେଳିଛନ୍ତି। ଏମିତି ବି କୁହାଯାଇପାରେ, ସମସ୍ତେ ମିଶି ମ୍ୟାଚ୍ ଜିତାଇଛନ୍ତି। ଅଭିଷେକ ଶର୍ମା ଓ ଶୁବମନ ଗିଲ୍‌ ଓପନିଂ କରିବାକୁ ଆସିଥିଲେ। ସେମାନେ ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ। ୩.୩ ଓଭରରେ ୩୩ ରନ୍ ହୋଇଥିବା ବେଳେ ଅଭିଷେକ ବର୍ମା ଆଉଟ୍ ହୋଇଥିଲେ। ସେ ୧୬ଟି ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୫ ରନ୍ କରିଥିବା ବେଳେ ନାଥନ ଇଲିସଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ସତ୍ତ୍ୱେ ରନ୍‌ ହାର ପ୍ରଭାବିତ ହୋଇନଥିଲା। ଶୁମବନ ଗିଲ ଓ ଅଧିନାୟକ ସୂର୍ଯ୍ୟକାନ୍ତ ଯାଦବ ମ୍ୟାଚ୍‌କୁ ଆଗେଇ ନେଇଥିଲେ। ୫.୩ ଓଭରରେ ଗିଲ୍ ଆଉଟ୍ ହୋଇଥିଲେ। ସେ ୧୫ ରନ୍ କରି ଆଉଟ୍ ହେବା ବେଳକୁ ଦଳର ସ୍କୋର ୬୧ ରନ୍‌ରେ ପହଞ୍ଚିଥିଲା।

Advertisment

ଶୁବମନ ଆଉଟ୍ ହେବା ପରେ ୪ ନମ୍ବରରେ ଆସିଥିବା ତିଳକ ବର୍ମା ମଧ୍ୟ ଭଲ ଖେଳିଥିଲେ। ୭.୩ ଓଭରରେ ଦଳର ସ୍କୋର ୭୬ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ସେ ୧୧ ବଲ୍‌ରୁ ୨୪ ରନ୍ (୧ ଚୌକା, ୧ ଛକା) କରିଥିଲେ। ଅକ୍ଷର ପଟେଲ ୧୨ଟି ବଲ୍‌ରୁ ୧୭ ରନ୍ କରି ଆଉଟ୍ ହୋଇଥିଲେ।

ତାଙ୍କ ପରେ ଆସିଥିବା ୱାଶିଂଟନ ସୁନ୍ଦରଙ୍କ ପ୍ରଦର୍ଶନ ଅତି ସୁନ୍ଦର ଥିଲା। ତିଲକ ବର୍ମା ୨୯ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ଏହା ପରେ ଜୀତେଶ ଶର୍ମା ଓ ୱାଶିଂଟନ ସୁନ୍ଦରଙ୍କ ଯୋଡ଼ି କ୍ରିଜ୍‌ରେ ଜମି ଯାଇଥିଲା। ଦୁହେଁ ଭାରତକୁ ବିଜୟ ଦ୍ୱାର ନିକଟରେ ପହଞ୍ଚାଇ ଦେଇଥିଲେ। ୱାଶିଂଟନ ସୁନ୍ଦର ୨୩ଟି ବଲ୍‌ରୁ ୩ ଚୌକା ଓ ୪ ଛକା ସହାୟତାରେ ୪୯ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଜୀତେଶ ୧୩ଟି ବଲ୍‌ରୁ ୨୨ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। 

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଇଲିସ ୩ଟି ୱିକେଟ୍ ନେଇଥିବା ବେଳେ ଜାଭିୟର ବାର୍ଟଲେଟ୍‌ ଓ ମାରକସ ଷ୍ଟୋଇନିସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।    

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ଦଳର ପ୍ରାରମ୍ଭ ଭଲ ନଥିଲା। ପ୍ରଥମ ଓଭରରେ ଦଳ ଟ୍ରାଭିସ ହେଡ୍‌ଙ୍କୁ ହରାଇଥିଲା। ସେ ୬ ରନ୍ କରି ଅର୍ଶଦୀପ ସିଂହଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୨.୪ ଓଭରରେ ଦଳ ଜୋଶ ଇଂଲିସଙ୍କ ୱିକେଟ୍ ହରାଇଥିଲା। ସେ ମାତ୍ର ୧ ରନ୍ କରିଥିବା ବେଳେ ଅର୍ଶଦୀପ ସିଂହଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତେବେ ଟିମ୍ ଡାଭିଡ କ୍ରିଜ୍‌କୁ ଆସିବା ପରେ ସ୍ଥିତିରେ ବଡ଼ ସୁଧାର ଆସିଥିଲା। ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ ମିଚେଲ ମାର୍ଶଙ୍କ ସହ ମିଶି ସେ ଟିମ୍‌ର ସ୍କୋରକୁ ଆଗେଇ ନେଉଥିବା ବେଳେ ସେଥିରେ ବ୍ରେକ୍ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ। ତାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ମିଚେଲ ମାର୍ଶ। ସେ ୧୧ ରନ୍ କରି ଆଉଟ୍ ହୋଇଥିଲେ। ସେ ୮.୨ ଓଭରରେ ଆଉଟ୍ ହୋଇଥିବା ବେଳେ ୮.୩ ଓଭରରେ ଦଳକୁ ପୁଣି ଲାଗିଥିଲା ଝଟକା। ଆସୁ ଆସୁ ଆଉଟ୍ ହୋଇଯାଇଥିଲେ ମିଚେଲ ଓୱେନ। ସେ ଖାତା ଖୋଲିପାରି ନଥିଲେ। ତାଙ୍କୁ ବୋଲ୍ଡ କରିଦେଇଥିଲେ ବରୁଣ ଚକ୍ରବର୍ତ୍ତୀ। 

କିନ୍ତୁ ମାରକସ ଷ୍ଟୋଇନିସ ଆସିବା ପରେ ପୁଣି ଦଳ ପାଇଥିଲା ବଳ। ଟିମ୍ ଡାଭିଡ ଓ ମାରକସ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଏହି ଯୋଡ଼ି କ୍ରିଜ୍‌ରେ ଜମି ଯାଇଥିବା ବେଳେ ୧୩ ଓଭରରେ ପଡ଼ିଥିଲା ଡାଭିଡଙ୍କ ୱିକେଟ୍ । ଶିବମ ଦୁବେଙ୍କ ବଲରେ ତିଲକ ବର୍ମାଙ୍କ ହାତରେ ସେ ହୋଇଥିଲେ କ୍ୟାଚ୍‌ ଆଉଟ୍‌। ସେ ୩୮ଟି ବଲ୍‌ରେ ୮ ଚୌକା ଓ ୫ ଛକା ବଳରେ ୭୪ ରନ୍ କରିଥିଲେ। ତେବେ ସେ ଆଉଟ୍ ହେବା ସତ୍ତ୍ୱେ ଦଳକୁ ଫରକ ପଡ଼ି ନଥିଲା। ମାରକସ୍‌ ଭଲ ଖେଳିଥିଲେ। ସେ ୩୯ଟି ବଲ୍‌ରେ ୮ ଚୌକା ଓ ୨ ଛକା ବଳରେ ୬୪ ରନ୍ କରିଥିବା ବେଳେ ୧୯.୩ ଓଭରରେ ଅର୍ଶଦୀପ ସିଂହଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ମ୍ୟାଟ୍‌ ଶର୍ଟ ୧୫ଟି ବଲ୍‌ରୁ ୨୬ ରନ୍ କରି ନଟ୍‌ ଆଉଟ୍ ରହିଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓ ଶିବମ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଆହୁରି ୨ଟି ମ୍ୟାଚ୍ ବାକି ଅଛି।  
          
  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe