Advertisment

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ

ଆଜି ଆରମ୍ଭରୁ ହିଁ ଭାରତକୁ ମିଳିଛି ବଡ଼ ସଫଳତା । ମିଳିଛି ଚଳିତ ଏସୀୟ କ୍ରୀଡ଼ାର ପ୍ରଥମ ସ୍ୱର୍ଣ୍ଣ ପଦକ।

ଅଦ୍ୟତନ ହୋଇଛି
India

India

Advertisment

ଚୀନ୍‌ର ହାଙ୍ଗଝୌରେ ଗତକାଲିଠୁ ଆରମ୍ଭ ହୋଇଥିବା ଏସିଆନ ଗେମ୍ସ ୨୦୨୩ର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଆରମ୍ଭରୁ ହିଁ ଭାରତକୁ ମିଳିଛି ବଡ଼ ସଫଳତା। ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଏଥିସହ ଭାରତ ଆଜି ଏକ ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି। ଫଳରେ ସମୁଦାୟ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିରେ ଗୋଟିଏ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି ।

Advertisment

ପୁରୁଷ ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ । ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ଗୋଲ୍ଡ ମେଡାଲ ହାସଲ କରିଛି। ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍‌ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ଏହାବାଦ ରୋଇଂରେ ଭାରତର ପୁରୁଷ ଫୋର ଟିମ୍‌ ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟିମ୍‌ରେ ଯଶୱିନ୍ଦର, ଭୀମ, ପୁନୀତ ଓ ଆଶିଷ ଥିଲେ।

Advertisment

ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଗତକାଲି ଭାରତକୁ ୫ଟି ପଦକ ମିଳିଥିଲା। ମେହୁଲି ଘୋଷ, ଆଶି ଚୌକସି ଓ ରମିତାଙ୍କ ଟିମ୍‌ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ସରେ ସିଲଭର ମେଡାଲ ଜିତିଥିଲେ। ଏହାପରେ ରୋଇଂରେ ଭାରତ ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଚ ମେଡାଲ ହାସଲ କରିଥିଲା। ଏହାପରେ ରମିତା ଜିନ୍ଦଲ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍‌ସରେ ଭାରତ ପାଇଁ ବ୍ରୋଞ୍ଚ ଜିତିଥିଲେ।

Sports Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe