Advertisment

ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ

ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କଲା ଭାରତ।

ଅଦ୍ୟତନ ହୋଇଛି
Indian Squash Team

Indian Squash Team

Advertisment

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ଏହି ସ୍ୱର୍ଣ୍ଣ ପଦକ। ଭାରତ ପକ୍ଷରୁ ଅଭୟ ସିଂହ ଓ ସୌରଭ ଘୋଷାଲ ଆଣିଛନ୍ତି ଏହି ଗୌରବ। 

Advertisment

ଏହି ଇଭେଣ୍ଟର ଷ୍ଟାର ହେଉଛନ୍ତି ଅଭୟ ସିଂହ। ଗୁରୁତ୍ୱପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ସେ ପାକିସ୍ତାନର ନୂର ଜମାନଙ୍କୁ ୧୧-୭, ୯-୧୧, ୭-୧୧, ୧୧-୯, ୧୨-୧୦ରେ ପରାସ୍ତ କରିଥିଲେ। ଫଳରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାକୁ ସମର୍ଥ ହେଲା। 

ଏହି ଇଭେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ହାରି ଯାଇଥିଲା। ଭାରତର ମହେଶ ମଙ୍ଗାଓକରଙ୍କୁ ପାକିସ୍ତାନର ନାସିର ଇକ୍‌ବାଲ ୧୧-୮, ୧୧-୩,୧୧-୨ରେ ପରାସ୍ତ କରିଥିଲେ। 

Advertisment

ଦ୍ୱିତୀୟ ମ୍ୟାଚ୍‌ରେ ସୌରଭ ଘୋଷାଲ ଭଲ ଖେଳିଥିଲେ ଓ ପ୍ରତିଯୋଗିତାକୁ ୧-୧ ସ୍ଥିତିକୁ ନେଇ ଯାଇଥିଲେ। ସେ ପାକିସ୍ତାନର ମହମ୍ମଦ ଅସୀମ ଖାନଙ୍କୁ ୧୧-୫, ୧୧-୧, ୧୧-୩ରେ ପରାସ୍ତ କରି ଭାରତର ସ୍ୱର୍ଣ୍ଣ ଜିତିବା ଆଶାକୁ ଉଦ୍‌ଜୀବିତ କରିଥିଲେ। ଆଉ ତୃତୀୟ ମ୍ୟାଚ୍‌ରେ ଆଶା ପୂରଣ କରିଥିଲେ ଅଭୟ ସିଂହ। 

ଅଭୟ ସିଂହଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ପାକିସ୍ତାନର ନୂର ଜମାନ। ଅଭୟ ପ୍ରଥମ ଗେମ୍‌କୁ ୧୧-୭ରେ ଜିତି ଥିଲେ। କିନ୍ତୁ ନୂର ଜମାନ ଦ୍ୱିତୀୟ ଗେମ୍‌ରେ କମ୍‌ ବ୍ୟାକ୍‌ କରିଥିଲେ। ସେ ଦ୍ୱିତୀୟ ଗେମ୍‌ରେ ୧୧-୯ରେ ଅଭୟଙ୍କୁ ହରାଇଥିଲେ। ତୃତୀୟ ଗେମ୍‌ରେ ମଧ୍ୟ ସେ ୧୧-୭ରେ ଜିତିଥିଲେ। କିନ୍ତୁ ତା’ପର ଦୁଇଟି ଗେମ୍‌ରେ ବାଜି ମାରିଥିଲେ ଅଭୟ।   

ଏହା ପୂର୍ବରୁ ଆଜି ଭାରତକୁ ଟେନିସ୍ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ରୋହନ ବୋପାନ୍ନ-ରୁତୁଜା ଭୋସଲେ ଯୋଡ଼ି ଫାଇନାଲରେ ଜିତି ସ୍ୱର୍ଣ୍ଣ ପଦକ ହାତେଇ ଥିଲେ। 

ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ୟା ୩୬ରେ ପହଞ୍ଚିଛି। ତା’ ମଧ୍ୟରେ ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି। 

Asian Games Asian Games 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe