Advertisment

ଏସୀୟ କ୍ରୀଡ଼ା: ରୌପ୍ୟରୁ ଭାରତର ଅଭିଯାନ ଆରମ୍ଭ

ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୪୫ଟି ଦେଶରୁ ପ୍ରାୟ ୧୨,୫୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
Ramita, Mehuli & Ashi

Ramita, Mehuli & Ashi

Advertisment

ଚୀନର ହାଙ୍ଗଝୌରେ ଏସୀୟ କ୍ରୀଡ଼ାର ଊନବିଂଶତମ ସଂସ୍କରଣ ଆରମ୍ଭ ହୋଇଯାଇଥିବା ବେଳେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ। ଶୁଟିଂରେ ମହିଳା ଟିମ୍‌କୁ ମିଳିଛି ରୌପ୍ୟ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ମିଳିଛି ଏହି ସଫଳତା। ମେହୁଲି ଘୋଷ, ରମିତା ଓ ଆଶୀ ଚୌକ୍‌ସେ ଜିତିଛନ୍ତି ରୌପ୍ୟ ପଦକ।

Advertisment

ଶୁଟିଂରେ ରୌପ୍ୟ ଜିତିବା ପରେ ଭାରତ ପାଇଁ ଆସିଥିଲା ଆଉ ଏକ ଖୁସି ଖବର। ରୋଇଂ ବା ନୌଚାଳନାରେ ବି ଦେଶକୁ ମିଳିଛି ରୌପ୍ୟ ପଦକ। ପୁରୁଷ ଲାଇଟ୍‌ୱେଟ ଡବଲ୍ ସ୍କଲସ୍‌ରେ ଦେଶ ପାଇଁ ଏହି ରୌପ୍ୟ ପଦକ ଜିତିଛନ୍ତି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍‌।

Arabinda and Arjun ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍‌

ଶନିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଚଳିତ ଏସୀୟ କ୍ରୀଡ଼ାକୁ ଉଦ୍‌ଘାଟନ କରିଥିଲେ। ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୪୫ଟି ଦେଶରୁ ପ୍ରାୟ ୧୨,୫୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଭାରତରୁ ୬୫୫ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛି। ଏଥର ଭାରତ ଏହି କ୍ରୀଡ଼ାରେ ୧୦୦ରୁ ଅଧିକ ପଦ ଜିତିବାକୁ ଆଶା ରଖିଛି।

Advertisment
Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe