ଏସୀୟ କ୍ରୀଡ଼ାରେ ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଛି ଦୁଇଟି ପଦକ। ଏହି ଇଭେଣ୍ଟରେ ଉଭୟ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛି ଭାରତ। କାର୍ତ୍ତିକ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଗୁଲବୀର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏହା ପୂର୍ବରୁ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲା। ସ୍କ୍ୱାଶ୍ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ସ୍ୱର୍ଣ୍ଣ ପଦକ ଜିତିଥିଲା। ସେହିପରି ଟେନିସର ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
Also Read
ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଦୁଇଟି ପଦକ ଆସିବା ସହିତ ବର୍ତ୍ତମାନ ସୁଦ୍ଧା ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ୩୮ଟି ପଦକ ଜିତି ସାରିଲାଣି। ତା’ମଧ୍ୟରେ ୧୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୪ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଭୁବନେଶ୍ୱର ହେବ ବ୍ୟାଡମିଣ୍ଟନ ହବ୍; ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ' ଲୋକାର୍ପିତ
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଷ୍ଟାଡିୟମରେ ୮ଟି ବ୍ୟାଡମିଣ୍ଟନ କୋର୍ଟ ସହ ୪ଶହ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି।
Sports
ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ
ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଡି ଗୁକେଶ। ୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ।
Cricket
ରାଗିଗଲେ ରୋହିତ, ଯଶସ୍ୱୀଙ୍କୁ ହୋଟେଲରେ ଛାଡ଼ି ପଳାଇଲା ବସ୍
ଆସନ୍ତା ଶନିବାରଠାରୁ ବ୍ରିସ୍ବେନରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ।
Sports
ଆଇସିସି ଟେଷ୍ଟ ମାନ୍ୟତା: ରୋହିତ-କୋହଲିଙ୍କ ସ୍ଥିତି ଖରାପ; ବୁମରାଙ୍କ ଦବଦବା ଜାରି
ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ରୁଟଙ୍କୁ ହଟାଇ ଶୀର୍ଷରେ ହ୍ୟାରୀ ବ୍ରୁକ୍। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୧ ନମ୍ବର।
Cricket
ଗାବା ଟେଷ୍ଟକୁ ଆଉ ୩ ଦିନ: କେତେ ନମ୍ବରରେ ବ୍ୟାଟିଂ କରିବେ ରୋହିତ? ଦେଲେ ବଡ଼ ସଙ୍କେତ
ଡିସେମ୍ବର ୧୪ରୁ ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହା ପୂର୍ବରୁ ରୋହିତ ଶର୍ମା ନିଜ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି।