Advertisment

ଏସୀୟ କ୍ରୀଡ଼ା: ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଲା ଦୁଇଟି ପଦକ

ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ସାରିଛି।

Gulveer and karthik

Gulveer and karthik

Advertisment

ଏସୀୟ କ୍ରୀଡ଼ାରେ ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଭାରତକୁ ମିଳିଛି ଦୁଇଟି ପଦକ। ଏହି ଇଭେଣ୍ଟରେ ଉଭୟ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛି ଭାରତ। କାର୍ତ୍ତିକ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଗୁଲବୀର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

ଏହା ପୂର୍ବରୁ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲା। ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ସ୍ୱର୍ଣ୍ଣ ପଦକ ଜିତିଥିଲା। ସେହିପରି ଟେନିସର ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପୁରୁଷ ୧୦ ହଜାର ମିଟର ଦୌଡ଼ରେ ଦୁଇଟି ପଦକ ଆସିବା ସହିତ ବର୍ତ୍ତମାନ ସୁଦ୍ଧା ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ୩୮ଟି ପଦକ ଜିତି ସାରିଲାଣି। ତା’ମଧ୍ୟରେ ୧୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୪ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି।

Advertisment
Asian Games 2023 Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe