Advertisment

ପ୍ୟାରିସ ଅଲମ୍ପିକ୍ସରେ ଉଡ଼ିଲା ତ୍ରିରଙ୍ଗା; କୁର୍ତ୍ତା, ଶାଢ଼ୀରେ ଭାରତୀୟ ଖେଳାଳିଙ୍କ ପରେଡ

ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ୱ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ।

author-image
Niharika Rout
Indian Athletes in Olympics

Indian Athletes in Olympics

ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହରେ ଫରଫର ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ୱ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ।

Advertisment

ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତର ୭୮ ଖେଳାଳି। ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଖେଳାଳି ଓ ଷ୍ଟାଫମାନେ ହାତରେ ତ୍ରିରଙ୍ଗା ଧରି ଏଥିରେ ସାମିଲ ହୋଇଥିଲେ ।

Indian Athletsସେନ୍‌ ନଦୀରେ ଭାରତୀୟ ଖେଳାଳିଙ୍କ ପରେଡ ।

ପ୍ୟାରିସ ଅଲିମ୍ପିକ୍ସରେ ଚଳିତଥର ଭାରତରୁ ଭାଗ ନେଉଛନ୍ତି ସର୍ବାଧିକ ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ।

Advertisment

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଗତ ରାତିରେ ବାଜିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭର ବିଗୁଲ୍। ମହାସମାରୋହରେ ଆରମ୍ଭ ହେଲା ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ।

ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ସେନ୍ ନଦୀ ଉପରେ ଦେଖିବାକୁ ମିଳିଥିଲା ଦେଶମାନଙ୍କର ଫ୍ଲୋଟିଂ ପରେଡ୍। ବୋଟ୍ ଡେକରେ କ୍ରୀଡ଼ାବିତ ମାନେ ନିଜ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିବା ବେଳେ, ଲେଡି ଗାଗାଙ୍କ ଭଳି ଖ୍ୟାତନାମା ସେଲିବ୍ରିଟିଙ୍କ ନାଚଗୀତରେ ଦୁଲୁକିଥିଲା ଷ୍ଟେଜ ।

Olympics Paris Olympics 2024 Olympics 2024