Advertisment

ଏସିଆ କପ୍‌: ଜିତିବା ପାଇଁ ଭାରତ ଆଗରେ ୨୩୮ ରନ୍‌ ଟାର୍ଗେଟ୍‌

ଦୁବାଇ: ଅଭିଜ୍ଞ ତଥା ନିର୍ଭରଯୋଗ୍ୟ ଶୋଏବ୍ ମାଲିକଙ୍କ ଆତ୍ମବିଶ୍ୱାସ ଭରା ୭୮ ରନ୍ ସହିତ ଅଧିନାୟକ ସର୍ଫରାଜ୍ ଅହମ୍ମଦଙ୍କ ୪୪ ଏବଂ ନବାଗତ ଆସିଫ୍ ଅଲ୍ଲୀଙ୍କ ଧୂଆଁଧାର୍‌ ୩୦ ରନ୍‌କୁ ପୁଞ୍ଜି କରି ଏଠାରେ ଚାଲିଥିବା ଏସିଆ କପ୍‌ର ସୁପର୍‌ ଫୋର୍‌ ମୁକାବିଲାରେ ପାକିସ୍ତାନ୍‌ ଭାରତ ଆଗରେ ୨୩୮ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ୍‌ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୩୭ ରନ୍‌ କରିଥିଲା। ସୁପର୍‌ ଫୋର୍‌ର ଏହି […]

author-image
Premananda Dash
ଅଦ୍ୟତନ ହୋଇଛି
ଭୁଲ ବନାନ ଲେଖି ପାକ୍‌ କ୍ରିକେଟ୍‌ ବୋର୍ଡ ସମାଲୋଚନାର ଶିକାର

k1

ଦୁବାଇ: ଅଭିଜ୍ଞ ତଥା ନିର୍ଭରଯୋଗ୍ୟ ଶୋଏବ୍ ମାଲିକଙ୍କ ଆତ୍ମବିଶ୍ୱାସ ଭରା ୭୮ ରନ୍ ସହିତ ଅଧିନାୟକ ସର୍ଫରାଜ୍ ଅହମ୍ମଦଙ୍କ ୪୪ ଏବଂ ନବାଗତ ଆସିଫ୍ ଅଲ୍ଲୀଙ୍କ ଧୂଆଁଧାର୍‌ ୩୦ ରନ୍‌କୁ ପୁଞ୍ଜି କରି ଏଠାରେ ଚାଲିଥିବା ଏସିଆ କପ୍‌ର ସୁପର୍‌ ଫୋର୍‌ ମୁକାବିଲାରେ ପାକିସ୍ତାନ୍‌ ଭାରତ ଆଗରେ ୨୩୮ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ୍‌ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୩୭ ରନ୍‌ କରିଥିଲା।

Advertisment

ସୁପର୍‌ ଫୋର୍‌ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦୁଇ ପାକିସ୍ତାନୀ ଓପନର୍‌ ଇମାମ୍‌ ଉଲ୍‌ ହକ୍‌ ଓ ଫକ୍ର ଜମାନ୍‌ ଆରମ୍ଭରୁ ବେଶ୍ ସତର୍କତାର ସହ ଭାରତୀୟ ବୋଲରଙ୍କୁ ମୁକାବିଲା କରିଥିଲେ। ଇନିଂସ୍‌ର ଚତୁର୍ଥ ଓ ଷଷ୍ଠ ଓଭରରେ ଯଶପ୍ରୀତ୍‌ ବୁମ୍ରାଙ୍କୁ ଦୁଇଟି ଦର୍ଶନୀୟ ଚୌକା ମାରି ନିଜର ଚିରାଚରିତ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିବା ବାମହାତୀ ଇମାମ୍‌-ଉଲ୍‌-ହକ୍‌ କ୍ରିଜ୍‌ରେ ଜମିବା ପୂର୍ବରୁ ପ୍ରଥମ ବଦଳ ବୋଲର୍‌ ଭାବେ ବୋଲିଂ କରିବାକୁ ଆସିଥିବା ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଇନିଂସ୍‌ର ଅଷ୍ଟମ ଓଭରର ଶେଷ ବଲ୍‌ରେ ୨୦ ବଲ୍‌ରୁ ୨ଟି ଚୌକା ସହ ମାତ୍ର ୧୦ ରନ୍‌ କରି ଇମାମ୍‌ ଆଉଟ୍ ହେବାବେଳକୁ ପାକିସ୍ତାନ୍‌ର ସ୍କୋର୍ ଥିଲା ମାତ୍ର ୨୪ ରନ୍‌। ଏହା ପରେ ପ୍ରତିଭାବାନ୍‌ ବାବର୍ ଆଜମ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍‌ ପାଇଁ ମାତ୍ର ୩୧ ରନ୍‌ ଯୋଡ଼ିବା ପରେ ବିପଜ୍ଜନକ ସାବ୍ୟସ୍ତ ହେବା ପୂର୍ବରୁ ଅନ୍ୟତମ ଓପନର୍‌ ଫକ୍ର ଜମାନ୍‌ ଚାଇନାମ୍ୟାନ୍‌ ବୋଲର୍‌ କୁଲ୍‌ଦୀପ୍‌ ଯାଦବଙ୍କ ବଲ୍‌ରେ ଲେଗ୍‌ ବିଫୋର୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

Advertisment

୪୪ ବଲ୍‌ରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍‌ କରି ଜମାନ୍‌ ଦଳୀୟ ସ୍କୋର୍‌ ମାତ୍ର ୫୫ ରନ୍‌ ଥିବା ବେଳେ ଆଉଟ୍‌ ହୋଇଥିଲେ। ଏହା ପରେ ନିଜକୁ ପଦୋନ୍ନତି ଦେଇ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ସର୍ଫରାଜ୍ ଅହମ୍ମଦ ବାବର୍‌ ଆଜମ୍‌ଙ୍କ ସହ ମିଶି ଦଳୀୟ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଥିବାବେଳେ ଚହଲ୍‌ଙ୍କ ଥ୍ରୋରେ ଜାଡେଜା ବାବର୍‌ଙ୍କୁ ମାତ୍ର ୯ ରନ୍‌ରେ ରନ୍‌ ଆଉଟ୍‌ କରିଦେବା କାରଣରୁ ପାକିସ୍ତାନ୍‌ ମାତ୍ର ୫୮ ରନ୍‌ରେ ୩ ୱିକେଟ୍ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଆସିଥିଲା।

ଏହା ପରେ କିନ୍ତୁ ଅଧିନାୟକ ସର୍ଫରାଜ୍‌ଙ୍କ ସହ ମିଶି ଦଳୀୟ ସ୍କୋର୍‌କୁ ଆଗେଇ ନେଇଥିଲେ ନିର୍ଭରଯୋଗ୍ୟ ସୋଏବ୍ ମଲ୍ଲିକ୍‌। ଉଭୟ ମଲ୍ଲିକ୍ ଓ ସର୍ଫରାଜ୍‌ ଚତୁର୍ଥ ୱିକେଟ୍ ଯୋଡ଼ିରେ ୧୦୭ ରନ୍‌ କରି ପାକିସ୍ତାନକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। କିନ୍ତୁ ୩୯ତମ ଓଭରରେ କୁଲ୍‌ଦୀପ୍‌ଙ୍କ ବଲ୍‌ରେ ପ୍ରତିପକ୍ଷ ଅଧିନାୟକ ରୋହିତ୍‌ ଶର୍ମାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହେବା ବେଳକୁ ସର୍ଫରାଜ୍‌ ୬୬ ବଲ୍‌ରୁ ୨ଟି ଚୌକା ସହାୟତାରେ ୪୪ ରନ୍‌ କରିଥିଲେ।

୧୬୫ ରନ୍‌ରେ ଚତୁର୍ଥ ୱିକେଟ୍‌ର ପତନ ପରେ କ୍ରିଜ୍‌କୁ ଆସିଥିବା ନବାଗତ ଆସିଫ୍ ଅଲ୍ଲୀ ଶୋଏବ୍ ମାଲିକଙ୍କ ସହ ମିଶି ଦ୍ରୁତ ଗତିରେ ପାକିସ୍ତାନ୍‌ର ରନ୍‌ ହାର ବଢାଇଥିଲେ। ଏପରିକି ଇନିଂସ୍‌ର ୪୨ତମ ଓଭର ବୋଲିଂ କରୁଥିବା ଭୁବନେଶ୍ୱର କୁମାର୍‌ଙ୍କ ଓଭରରୁ ୨୨ ରନ୍‌ ସଂଗ୍ରହ କରି ଏହି ଦୁଇ ବ୍ୟାଟ୍‌ସମ୍ୟାନ୍‌ ଭାରତୀୟ ଶିବିରର ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲେ। ଏହୁ ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ୪୪ତମ ଓଭରରେ ପାକିସ୍ତାନ୍‌ ୨୦୦ ରନ୍‌ ପାର୍‌ କରିଥିଲା।

ଏହାର ଦୁଇ ଓଭର୍ ପରେ କିନ୍ତୁ ଭାରତ ପୁଣି ମ୍ୟାଚ୍‌କୁ ଫେରିଥିଲା। ଧୋନିଙ୍କ ହାତରେ କ୍ୟାଚ୍ କରାଇ ବୁମ୍ରା ଶୋଏବ୍‌ଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇବା ପୂର୍ବରୁ ଏହି ଭେଟେରାନ୍‌ ପାକ୍ ତାରକା ୯୦ ବଲରୁ ୪ଟି ଚୌକା ଓ ଦୁଇଟି ଛକା ଜରିଆରେ ୭୮ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିଲେ। ଏହାର ପର ଓଭରରେ ୟଜୁବେନ୍ଦ୍ର ଚହଲ୍‌ ବିସ୍ଫୋରକ ଆସିଫ୍ ଅଲ୍ଲୀ(୨୧ବଲ୍‌ରୁ ଦ୍ରୁତ୍ ୩୦ ରନ୍‌)ଙ୍କୁ ବୋଲ୍‌ଡ କରି ପାକିସ୍ତାନ୍‌ ରନ୍‌ ଗତିରେ ବ୍ରେକ୍‌ ଦେଇଥିଲେ।

ଇନିଂସ୍‌ରେ ଶେଷ ଓଭର୍‌ରେ ବୁମ୍ରା ଅଲରାଉଣ୍ଡର୍‌ ସଦାବ୍‌ ଖାନ୍‌(୧୦)ଙ୍କୁ ବୋଲ୍‌ଡ ଆଉଟ୍‌ କରିଦେବାରୁ ପାକିସ୍ତାନ୍‌ ୫୦ ଓଭର୍‌ରେ ୭ ୱିକେଟ୍ ହରାଇ ମାତ୍ର ୨୩୭ ରନ୍‌ରେ ଅଟକି ଯାଇଥିଲା।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୁମ୍ରା, ଚହଲ୍‌ ଓ କୁଲ୍‌ଦୀପ୍‌ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ୍‌ ନେଇଥିଲେ।