Advertisment

ବକ୍ସିଂରୁ ସନ୍ୟାସ ନେଲେ ମ୍ୟାରି କମ୍

ବକ୍ସିଂରୁ ସନ୍ୟାସ ନେଲେ ଭାରତର କିମ୍ବଦନ୍ତୀ ଖେଳାଳି ମ୍ୟାରି କମ୍। ୬ ଥରର ବିଶ୍ୱ ଚାମ୍ପିଅନ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା ଏମ୍.ସି. ମ୍ୟାରି କମ୍ ବକ୍ସିଂରୁ ସନ୍ୟାସ ଘୋଷଣା କରିଛନ୍ତି।

author-image
Niharika Rout
Mary Com

Mary Com

ବକ୍ସିଂରୁ ସନ୍ୟାସ ନେଲେ ଭାରତର କିମ୍ବଦନ୍ତୀ ଖେଳାଳି ମ୍ୟାରି କମ୍। ୬ ଥରର ବିଶ୍ୱ ଚାମ୍ପିଅନ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା ଏମ୍.ସି. ମ୍ୟାରି କମ୍ ବକ୍ସିଂରୁ ସନ୍ୟାସ ଘୋଷଣା କରିଛନ୍ତି।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଏବେବି ମୋ’ ଭିତରେ ଖେଳିବା ପାଇଁ ପ୍ରବଳ ଆଗ୍ରହ ରହିଛି । ହେଲେ ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ ବା IBAର ନିୟମ ଅନୁଯାୟୀ, କେବଳ ୪୦ ବର୍ଷ ବୟସ ଯାଏଁ ଜଣେ ପ୍ରତିଯୋଗୀ ଏଲିଟ୍-ଲେଭଲ୍ କମ୍ପିଟିସନରେ ଅଂଶ ଗ୍ରହଣ କରିପାରିବେ । ଏବେ ମ୍ୟାରି କମ୍ ଙ୍କୁ ୪୧ ବର୍ଷ ଚାଲିଛି।

ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ମୁଁ ବୟସ ସୀମା ପାଇଁ ଆଉ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବି ନାହିଁ। ମୋତେ ଅବସର ନେବାକୁ ପଡ଼ିବ । ମୁଁ ମୋ ଜୀବନରେ ସବୁକିଛି ହାସଲ କରିସାରିଛି ।

Advertisment

୧୮ ବର୍ଷ ବୟସରୁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମଣିପୁରର ମ୍ୟାରି କମ୍, ୬ଟି ୱାର୍ଲଡ ଟାଇଟଲ୍ ହାସଲ କରିବାରେ ବିଶ୍ୱର ପ୍ରଥମ ମହିଳା ମୁଷ୍ଟିଯୋଦ୍ଧା। ଏହି ୫ ଥର ଏସିଆନ୍ ଚାମ୍ପିଅନ, ଭାରତ ପାଇଁ ପ୍ରଥମ ମହିଳା ବକ୍ସର ଭାବେ ୨୦୧୪ ଏସିଆନ ଗେମ୍ସରେ ଆଣିଥିଲେ ଗୋଲ୍ଡ ମେଡାଲ୍ । ୨୦୧୨ ଲଣ୍ଡନ ଅଲିମ୍ପିକ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ ।

୨୦୧୬ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ, ତାଙ୍କର ସଂଘର୍ଷ ଉପରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତି ଏକ ବଲିଉଡ୍ ଫିଲ୍ମ ମଧ୍ୟ ରହିଛି ।

Boxing Mary Kom