Advertisment

ବାହା ହେଲେ କ୍ରିକେଟର ଅକ୍ଷର ପଟେଲ

ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ନିୟମିତ ଭାରତୀୟ ଦଳ ପାଇଁ ଖେଳି ଆସୁଥିବା ଅକ୍ଷର ନିଜର ବାହାଘର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଥିଲେ।

Axar Patel

Axar Patel

Advertisment

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଗଣତନ୍ତ୍ର ଦିବସରେ ନିଜ ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗୁଜରାଟର ବଦୋଦରାରେ ଆୟୋଜିତ ବିବାହ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି। ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ନିୟମିତ ଭାରତୀୟ ଦଳ ପାଇଁ ଖେଳି ଆସୁଥିବା ଅକ୍ଷର ନିଜର ବାହାଘର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଛୁଟି ନେଇଥିଲେ।

Advertisment

ଶେଷରେ ସେ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅକ୍ଷର ପଟେଲ ନିଜ ବାହାଘରର ଫଟୋ କିମ୍ବା ଭିଡିଓ ଶେୟାର କରି ନାହାନ୍ତି। କିନ୍ତୁ ତାଙ୍କ ବାହାଘର କାର୍ଯ୍ୟକ୍ରମର ଅନେକ ରୋମାଣ୍ଟିକ ଫଟୋ ଓ ଭିଡିଓ ବିଭିନ୍ନ ଆକାଉଣ୍ଟରୁ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି।

Advertisment

ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟୀ ପରମ୍ପରା ଅନୁସାରେ ଅକ୍ଷର ଓ ମେହା ସାତଜନ୍ମ ପାଇଁ ପରସ୍ପରୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଜାନୁଆରୀ ୨୬ ବାହାଘରର ଦିନକ ପୂର୍ବରୁ ସଂଗୀତ ଓ ହଳଦୀ ଉତ୍ସବ ମଧ୍ୟ ହୋଇଥିଲା। ସଂଗୀତ କାର୍ଯ୍ୟକ୍ରମରେ ଉଭୟ ଡ୍ୟାନ୍ସ ମଧ୍ୟ କରୁଥିବା ଭିଡିଓ ସାମ୍ନାକୁ ଆସିଛି।

ଅକ୍ଷରଙ୍କ ପତ୍ନୀ ମେହା ଜଣେ ଡାଇଟିସିଆନ ଓ ନ୍ୟୁଟ୍ରୋନିଷ୍ଟ। ସେ ଗୁଜରାଟର ନଦିଆଦରେ କାମ କରିନ୍ତି। ମେହା ତାଙ୍କ ଇନଷ୍ଟାଗ୍ରାମରେ ନିୟମିତ ସ୍ୱାସ୍ଥ୍ୟକର ଖାଦ୍ୟ ଓ ନ୍ୟୁଟ୍ରିସନ ବିଷୟରେ ପୋଷ୍ଟ କରିଇଥାଆନ୍ତି। ସେ ଡାକ୍ତର ମେହା ଭାବେ ବେଶ ପରିଚିତ। ଅକ୍ଷର ଓ ମେହା ପରସ୍ପରକୁ ଦୀର୍ଘ ଦିନ ହେଲା ପ୍ରେମ କରୁଥିଲେ। ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବାହାଘର ପାଇଁ ଛୁଟି ନେଇଥିବା ଅକ୍ଷର ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କାର ଟ୍ରଫି ବେଳକୁ କମବ୍ୟାକ କରିବେ। ଅଷ୍ଟ୍ରେଲିଆ ଟିମ ଭାରତ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜର ପ୍ରଥମ ଟେଷ୍ଟ ଫେବୃଆରୀ ୯ରୁ ଆରମ୍ଭ ହେବ।

Indian Cricket Team Gujarat Axar Patel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe