Advertisment

ଏସିଆନ ଗେମ୍ସ: ସୁନୀଲ ଛେତ୍ରୀଙ୍କ ଗୋଲରେ ଜିତିଲା ଭାରତ

ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ ୧-୫ରେ ପରାସ୍ତ ହୋଇଥିଲା। ହେଲେ ଆଜି ଦଳ ସୁନୀଲ ଛେତ୍ରୀଙ୍କ ଗୋଲ ବଲରେ ବାଂଲାଦେଶକୁ ହରାଇବାକୁ ସକ୍ଷମ ହୋଇଛି।

Goal

Goal

Advertisment

ପରାଜୟରୁ ନିଜର ଏସିଆନ ଗେମ୍ସ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଫୁଟବଲ ଟିମ ଆଜି ବିଜୟ ଟ୍ରାକକୁ ଫେରିଛି। ଦଳ ଆଜି କର ବା ମର ମ୍ୟାଚ୍‌ରେ ବାଂଲାଦେଶକୁ ସଂଘର୍ଷପୂର୍ଣ୍ଣ ୧-୦ରେ ଗୋଲରେ ହରାଇ ଦେଇଛି।ୟ

Advertisment

ଏହି ବିଜୟ ସହ ନକଆଉଟରେ ପହଞ୍ଚିବାର ଆଶା ଏବେ ବି ଦଳ ପାଖରେ ରହିଛି। ଭାରତ ପାଇଁ ସୁନୀଲ ଛେତ୍ରୀ ପେନାଲ୍ଟି ଜରିଆରେ ଗୋଟିଏ ହିଁ ଗୋଲ ସ୍କୋର କରିଛନ୍ତି।

ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ ୧-୫ରେ ପରାସ୍ତ ହୋଇଥିଲା। ହେଲେ ଆଜି ଦଳ ସୁନୀଲ ଛେତ୍ରୀଙ୍କ ଗୋଲ ବଲରେ ବାଂଲାଦେଶକୁ ହରାଇବାକୁ ସକ୍ଷମ ହୋଇଛି।

Advertisment

ଆଜିର ମ୍ୟାଚ୍‌ ଭାରତ ଦମଦାର ଢଙ୍ଗରେ ଆରମ୍ଭ କରିଥିଲା। ଭାରତ ପାଇଁ ବି ମିରାଣ୍ଡା ଜବରଦଣ୍ଡ ଖେଳ ପ୍ରଦର୍ଶନ କରିଥିଲେ। ସେ କ୍ରମାଗତ ଆଟାକ କରି ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଏକଦା ସେ ବାଂଲାଦେଶର ବକ୍ସ ଭିତରେ ସୁନୀଲ ଛେତ୍ରୀଙ୍କୁ ସୁନ୍ଦର ପାସ୍‌ ଦେଇଥିଲେ। କିନ୍ତୁ ଏହାକୁ ସେ ଗୋଲରେ ପରିଣତ କରି ପାରି ନଥିଲେ।

ବାଂଲାଦେଶ ମଧ୍ୟ ଧୀରେଧୀରେ ଲୟକୁ ଫେରିଥିଲା। କିନ୍ତୁ ଭାରତୀୟ ରକ୍ଷଣ ବିଭାଗରେ ଥିବା ଝିଙ୍ଗାନ ଓ ଧୀରଜ ବାଂଲାଦେଶକୁ କୌଣସି ସୁଯୋଗ ଦେଇ ନଥିଲେ। ପ୍ରଥମ ହାଫର ଷ୍ଟପେଜ ସମୟରେ ଭାରତ କ୍ରମାଗତ ଭାବେ ଆଟାକ କରି ୩ଟି ଶଟ ଟାର୍ଗେଟକୁ ମାରିଥିଲା। ତଥାପି ବାଂଲାଦେଶ ଗୋଲ କିପର ସବୁ କିଛିକୁ ଅଟକାଇ ଦେଇଥିଲେ।

ଦ୍ୱିତୀୟ ହାଫ ଆରମ୍ଭରେ ରାହୁଲ କେପି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଭାରତୀୟ ଫରୱାର୍ଡ ଠିକ ଭାବେ ଏହାର ଫାଇଦା ଉଠାଇ ପାରି ନଥିଲେ। ୫୭ ମିନିଟରେ ଧୀରଜଙ୍କ ତ୍ରୁଟି ଯୋଗୁ ବାଂଲାଦେଶ ଗୋଲ ସ୍କୋର କରିବାର ସୁଯୋଗ ପାଇଥିଲା। ହେଲେ ଗୋଲ କରିପାରି ନଥିଲା। ୭୭ତମ ମିନିଟରେ ମଧ୍ୟ ବାଂଲାଦେଶ ସୁଯୋଗ ପାଇ ହାତ ଛଡ଼ା କରିଥିଲା।

ମ୍ୟାଚ୍‌ ଶେଷ ହେବାକୁ ୭ମିନିଟ ଥିବା ବେଳେ ମିରାଣ୍ତା ବଲକୁ ନେଇ ବାଂଲାଦେଶ ଡି’ ମଧ୍ୟରେ ପ୍ରବେଶ କରି ଯାଇଥିଲେ। ସେ ଶଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ବାଂଲାଦେଶ ଖେଳାଳି ଫାଉଲ ମାରି ଦେଇଥିଲେ। ତେଣୁ ଭାରତକୁ ପେନାଲ୍ଟି ମିଳିଥିଲା।

ଏହାକୁ ବେଶ ଚମତ୍କାର ଢଙ୍ଗରେ ସୁନୀଲ ଛେତ୍ରୀ ଗୋଲରେ ପରିଣତ କରି ଭାରତକୁ ଲିଡ୍‌ ଦେଇଥିଲେ। ଏହାପରେ ବାଂଲାଦେଶ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନଥିଲା।

ଭାରତ ସେପ୍ଟେମ୍ବର ୨୪ରେ ତା’ର ପରବର୍ତ୍ତୀ ମ୍ୟାଚ୍‌ ମିଆଁମାର ସହ ଖେଳିବ।

India Bangladesh Football Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe