Advertisment

ସୁଲତାନ୍‌ ଆଜଲାନ୍ ଶାହ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:ମାଲେସିଆର ଇପୋରେ ଏପ୍ରିଲ୍‌ ୬ରୁ ୧୬ ଯାଏଁ ହେବାକୁ ଥିବା ସୁଲତାନ୍‌ ଆଜ୍‌ଲାନ୍‌ ଶାହ କପ୍‌ର ୨୫ତମ ସଂସ୍କରଣ ପାଇଁ ସୋମବାର  ୧୮ ଜଣିଆ ଭାରତୀୟ ହକି ଦଳ ଘୋଷଣା ହୋଇଛି। ଏହି ଦଳର ନେତୃତ୍ୱ ନେବେ ସର୍ଦ୍ଦାର ସିଂହ। ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ  ନ୍ୟୁଜିଲାଣ୍ଡ, ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଅଷ୍ଟ୍ରେଲିଆ, ପାକିସ୍ତାନ, ଜାପାନ୍‌, କାନାଡା ଓ ଅୟୋଜକ ଦଳ ଭାବେ ମାଲେସିଆ ଅଂଶ ଗ୍ରହଣ କରିବ। ସର୍ଦ୍ଦାର ସିଂହ ଦଳର […]

ସୁଲତାନ୍‌ ଆଜଲାନ୍ ଶାହ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

Sardar_Singh

Advertisment

ନୂଆଦିଲ୍ଲୀ:ମାଲେସିଆର ଇପୋରେ ଏପ୍ରିଲ୍‌ ୬ରୁ ୧୬ ଯାଏଁ ହେବାକୁ ଥିବା ସୁଲତାନ୍‌ ଆଜ୍‌ଲାନ୍‌ ଶାହ କପ୍‌ର ୨୫ତମ ସଂସ୍କରଣ ପାଇଁ ସୋମବାର  ୧୮ ଜଣିଆ ଭାରତୀୟ ହକି ଦଳ ଘୋଷଣା ହୋଇଛି। ଏହି ଦଳର ନେତୃତ୍ୱ ନେବେ ସର୍ଦ୍ଦାର ସିଂହ।

Advertisment

ଏହି ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ  ନ୍ୟୁଜିଲାଣ୍ଡ, ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଅଷ୍ଟ୍ରେଲିଆ, ପାକିସ୍ତାନ, ଜାପାନ୍‌, କାନାଡା ଓ ଅୟୋଜକ ଦଳ ଭାବେ ମାଲେସିଆ ଅଂଶ ଗ୍ରହଣ କରିବ।

ସର୍ଦ୍ଦାର ସିଂହ ଦଳର ନେତୃତ୍ୱ ନେଉଥିବା ବେଳେ ଏସ୍‌ ସୁନୀଲ ଦଳର ଉପ ଅଧିନାୟକ ରହିବେ। ଏହି ଦଳରେ ଦୁଇ ଗୋଲକିପର ହରଜିତ୍‌ ସିଂହ ଓ ଆକାଶ ଅନିଲ୍‌ ଚିକିଟେ, ଡିଫେଣ୍ଡର ଭାବେ ରୁପିନ୍ଦର ପାଲ୍‌ ସିଂହ, ଜସଜିତ ସିଂହ କୁଲାର, କୋଥାଜିତ୍‌ ସିଂହ, ସୁରେନ୍ଦ୍ର ସିଂହ ଓ ହରମନପ୍ରୀତ ସିଂହ ରହିଛନ୍ତି।

Advertisment

ମିଡଫିଲ୍ଡର ଭାବେ ଡି. ମୁଜାତାବା, ସି. ସିଂହ, ମାନପ୍ରୀତ ସିଂହ, ଏସ୍‌କେ ଉଥାପ୍ପା ଓ ହରଜିତ ସିଂହ ଦଳରେ ରହିଛନ୍ତି।

ସେହିପରି ଦଳ ଫରୱାର୍ଡ ଲାଇନ୍‌ରେ ସୁନୀଲଙ୍କ ସମେତ ତାଲୱିନ୍ଦର ସିଂହ, ମନନ୍ଦୀପ ସିଂହ, ନିକିନ୍‌ ଥିମ୍ମାୟା ଦଳରେ ସ୍ଥାନ ପାଇଛନ୍ତି।

ଅଧିନାୟକ ସର୍ଦ୍ଦାର ସିଂହ କହିଛନ୍ତି, “ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ରେ ଭାରତର ପୂର୍ବରୁ ଭଲ ପ୍ରଦର୍ଶନ ରହିଛି। ଏହି ପ୍ରଦର୍ଶନ ଆଗକୁ ମଧ୍ୟ ଜାରି ରହିବ। ଅଲିମ୍ପିକ୍‌ ବର୍ଷ ହୋଇଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଦଳ ଏଥିରେ ଭଲ ପ୍ରଦର୍ଶନ କରିବ। ଏହି କପ୍‌ରେ ଭାରତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆୟୋଜକ ମାଲେସିଆ ସହ ଭେଟ ହୋଇପାରେ। ଏହି ଟୁର୍ଣ୍ଣାମେଣ୍ଟରେ ପରୀକ୍ଷା ମୂଳକ ଭାବେ ନୂଆ ଦଳ ଓ କମ୍ବିନେସନ ନେଇ ପଡିଆକୁ ଓହ୍ଲେଇବ।”

ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ମାର୍ଚ୍ଚ ୭ ଆରମ୍ଭ ହୋଇଥିବା କ୍ୟାମ୍ପରେ ପୁରୁଷ ହକି ଦଳ ଏବେ ଜୋରଦାର ଅଭ୍ୟାସ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe