Advertisment

WFI ଉପରୁ ହଟିଲା ବ୍ୟାନ୍‌, ଭାଙ୍ଗିଲା ଆଡ ହକ୍ କମିଟି

ଗତ ବର୍ଷ ନିଲମ୍ବିତ ରେସଲିଂ ଫେଡେରସନ୍‌ର କାମ ତଦାରଖ କରିବା ପାଇଁ ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ କାମ ଚଳା କମିଟି ତଥା ଆଡ ହକ୍‌ ପ୍ୟାନେଲ ଗଠନ କରିଥିଲା।

ଅଦ୍ୟତନ ହୋଇଛି
WFI

WFI

Advertisment

ଭାରତୀୟ କୁସ୍ତି ମହାସଂଘ ତଥା ଡବ୍ଲୁଏଫ୍ଆଇ ଉପରୁ ହଟିଲା ବ୍ୟାନ୍‌। ଏଥିସହ ଭାରତୀୟ କୁସ୍ତି ମହାସଂଘ ପାଇଁ ଗଠନ କରିଥିବା ଆଡ୍‌ ହକ୍ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି। ଏନେଇ ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ ଘୋଷଣା କରିଛି। ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଦ୍ୱାରା WFI ଉପରେ ଲଗାଯାଇଥିବା ବ୍ୟାନ୍‌କୁ ହଟାଇବା ଏବଂ IOA ଦ୍ୱାରା ନିଯୁକ୍ତ ଆଡ୍ ହକ୍ କମିଟି ଦ୍ୱାରା ତଦାରଖ କରାଯାଉଥିବା ଚୟନ ପରୀକ୍ଷଣର ସଫଳ ସମାପ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଗତ ବର୍ଷ ନିଲମ୍ବିତ ରେସଲିଂ ଫେଡେରସନ୍‌ର କାମ ତଦାରଖ କରିବା ପାଇଁ ଆଇଓଏ କାମ ଚଳା କମିଟି ତଥା ଆଡ ହକ୍‌ ପ୍ୟାନେଲ ଗଠନ କରିଥିଲା। ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରାଯାଇଥିଲା। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ କରାଯାଇଥିଲା। କିନ୍ତୁ ଏବେ ଡବ୍ଲୁଏଫ୍‌ଆଇର କାମ ତଦାରଖ କରିବା ପାଇଁ ଏହି କମିଟିର ଆଉ କୌଣସି ଆବଶ୍ୟକତା ନାହି। ତେଣୁ ଏହି କମିଟିକୁ ଭାଙ୍ଗି ଦିଆଯାଇଥିବା ନେଇ  ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ ସୂଚନା ଦେଇଛି। 

ଏଥିସହ ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌ କହିଛି ଯେ, ଶୀଘ୍ରରୁ ଅତି ଶୀଘ୍ର ଡବ୍ଲୁଏଫ୍‌ଆଇକୁ ସେଫ୍‌ଗାର୍ଡିଂ କମିଟି ଗଠନ କରିବାକୁ ହେବ। ଏହି କମିଟି ଖେଳାଳିଙ୍କ ସମସ୍ୟାର ସମାଧାନ କରିବ। ଏଥିସହ ଫେଡେରେସନ୍‌କୁ ନିର୍ଦ୍ଧାରିତ ସମୟ ସୀମା ଓ ନିୟମ ଅନୁସାରେ ଆଥଲେଟିକ୍ କମିଶନର ନିର୍ବାଚନ କରିବାକୁ ହେବ। ଡବ୍ଲୁଏଫ୍‌ଆଇର କାମ ତଦାରଖ କରିବା ପାଇଁ ଆଡ ହକ୍‌ କମିଟିକୁ ଆଇଓଏ ଋଣ ବାବଦରେ ଟଙ୍କା ଦେଇଥିଲା। ଏବେ ସେହି ଟଙ୍କାକୁ ଫେଡେରସନ୍‌ ଆଇଓଏକୁ ଫେରାଇବାକୁ ପଡିବ।     

Advertisment

କହିରଖୁ ଯେ, ଗତବର୍ଷ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଚୟ ସିଂହ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ନେଇ କୁସ୍ତି ଯୋଦ୍ଧାମାନେ ଜୋରଦାର ବିରୋଧ କରିଥିଲେ। ସଞ୍ଜୟ ସିଂହ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ। ସେହିଭଳି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ। ସ୍ଥିତି ବିଗୁଡୁଥିବା ଦେଖି କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଥିଲା। ଏଥିସହ ସଞ୍ଜୟ ସିଂହଙ୍କ ପଦ୍ଦ ମଧ୍ୟ ରଦ୍ଦ କରାଯାଇଥିଲା। 

WFI Indian Olympic Association Ad Hoc Committee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe