Advertisment

ପାଣ୍ଡ୍ୟା ଓ ବିରାଟ ମଧ୍ୟ ଭାଙ୍ଗିଥିଲେ କରୋନା କଟକଣା!

ମେଲବର୍ଣ୍ଣ: କେବଳ ରୋହିତ ଶର୍ମା, ପୃଥ୍ୱୀ ଶ’, ଶୁବମନ୍ ଗିଲ୍‌, ଋଷଭ ପନ୍ତ୍‌ ଓ ନଭ୍‌ଦୀପ ସୈନି ନୁହନ୍ତି, ଅଷ୍ଟ୍ରେଲିଆରେ ଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କରୋନା କଟକଣା ଉଲ୍ଲଂଘନ କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ବିରାଟ ଓ ପାଣ୍ଡ୍ୟା ଭାରତ ଫେରିବା ପୂର୍ବରୁ ମୁହଁରେ ମାସ୍କ ନପିନ୍ଧି ପିଲାଙ୍କ ଖେଳନା ବିକ୍ରି ହେଉଥିବା ସିଡ୍‌ନୀ ସ୍ଥିତ ଗୋଟିଏ ଦୋକାନକୁ ଯାଇଥିବା ଫଟୋ ସାମ୍ନାକୁ ଆସିଛି। […]

ପାଣ୍ଡ୍ୟା ଓ ବିରାଟ ମଧ୍ୟ ଭାଙ୍ଗିଥିଲେ କରୋନା କଟକଣା!

fd

Advertisment

ମେଲବର୍ଣ୍ଣ: କେବଳ ରୋହିତ ଶର୍ମା, ପୃଥ୍ୱୀ ଶ’, ଶୁବମନ୍ ଗିଲ୍‌, ଋଷଭ ପନ୍ତ୍‌ ଓ ନଭ୍‌ଦୀପ ସୈନି ନୁହନ୍ତି, ଅଷ୍ଟ୍ରେଲିଆରେ ଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ବିରରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କରୋନା କଟକଣା ଉଲ୍ଲଂଘନ କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ବିରାଟ ଓ ପାଣ୍ଡ୍ୟା ଭାରତ ଫେରିବା ପୂର୍ବରୁ ମୁହଁରେ ମାସ୍କ ନପିନ୍ଧି ପିଲାଙ୍କ ଖେଳନା ବିକ୍ରି ହେଉଥିବା ସିଡ୍‌ନୀ ସ୍ଥିତ ଗୋଟିଏ ଦୋକାନକୁ ଯାଇଥିବା ଫଟୋ ସାମ୍ନାକୁ ଆସିଛି।

Advertisment

ଶନିବାର ରୋହିତ ଶର୍ମା, ପୃଥ୍ୱୀ ଶ’, ଶୁବମନ୍ ଗିଲ୍‌, ଋଷଭ ପନ୍ତ୍‌ ଓ ନଭ୍‌ଦୀପ ସୈନି ମେଲବର୍ଣ୍ଣରେ ଥିବା ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇ ଖାଦ୍ୟ ଖାଇବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। କରୋନା ମହମାରୀକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଜୈବ ବଳୟ ସୃଷ୍ଟି କରାଯାଇଛି। ଏହା ସତ୍ତ୍ୱେ ୫ ଖେଳାଳି କେମିତି ରେଷ୍ଟୁରାଣ୍ଟ ଯାଇ ଖାଦ୍ୟ ଖାଇଲେ, ତା’ର ତଦନ୍ତ ବିସିସିଆଇ ଓ କ୍ରିକେଟ ଅଷ୍ଟ୍ରେଲିଆ କରୁଛନ୍ତି। ଏପରି କି ଏହି ୫ ଖେଳାଳିଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିଥିଲା। ଏହି ଘଟଣା ସାମାନ୍ୟ ଥମି ଯାଇଥିବା ବେଳେ ବିରାଟ ଓ ପାଣ୍ଡ୍ୟା ମଧ୍ୟ କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

ସିଡନୀ ମର୍ଣ୍ଣିଂ ହେରାଲଡରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୭ ତାରିଖ ଦିନ ବିରାଟ ଓ ପାଣ୍ଡ୍ୟା ବିନା ମାସ୍କରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା ଦୋକାନ ବେବି ଭିଲେଜ୍‌କୁ ଯାଇଥିଲେ। କିନ୍ତୁ ସେତେବେଳେ ଅଷ୍ଟ୍ରେଲିଆରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାରୁ, ଏହାକୁ କେହି ଗୁରୁତ୍ୱର ସହ ନେଇ ନଥିଲେ।

Advertisment


ହେଲେ ବେବି ଭିଲେଜ ପକ୍ଷରୁ ବିରାଟ ଓ ପାଣ୍ଡ୍ୟା ତାଙ୍କ ଶପିଂ କରିବାକୁ ଆସିଥିବାରୁ ଏହାର ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ସେହିପରି ଦୋକାନର କିଛି ଗ୍ରାହକଙ୍କ ସହ ମଧ୍ୟ ଉଭୟ ଫଟୋ ଉଠାଇଥିବା ଖବର ମଧ୍ୟ ମିଳିଛି।

କେବଳ ସିଡନୀ କି ମେଲବର୍ଣ୍ଣ ନୁହେଁ, ଆଡିଲେଡ୍‌ରେ ମଧ୍ୟ ଏକାଧିକ ଭାରତୀୟ କ୍ରିକେଟର କରୋନା କଟକଣା ଉଲ୍ଲଙ୍ଘନ କରି Waffle and Coffeeକୁ ଯାଇ ମଉଜ କରିଥିବା ଏହି ରିପୋର୍ଟରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe