Advertisment

ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ

ଦିନିକିଆ ଓ T-20ରେ ଦେଖିବାକୁ ମିଳିବ ନାହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜଲୱା। ଏନେଇ ଆଜି ବିସିସିଆଇ ଏକ୍ସରେ ସୂଚନା ଦେଇଛି।

author-image
Manoranjan Sial
India

India

ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ସେଠାରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ T-20 ଖେଳିବ। ଦିନିକିଆରେ କେ.ଏଲ୍‌ ରାହୁଲ୍‌ ଅଧିନାୟକ ହୋଇଥିବା ବେଳେ T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି। ହେଲେ ଦିନିକିଆ ଓ T-20ରେ ଦେଖିବାକୁ ମିଳିବ ନାହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜଲୱା। ଏନେଇ ଆଜି ବିସିସିଆଇ ଏକ୍ସରେ ସୂଚନା ଦେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣଆଫ୍ରିକାରେ ଭାରତ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିରେ କ୍ୟାପ୍‌ଟେନ୍‌ ହେବେ କେ.ଏଲ୍‌ ରାହୁଲ୍‌। ଅନ୍ୟ ସଦସ୍ୟମାନେ ହେଲେ ଋତୁରାଜ ଗାଏକୱାଡ୍, ସାଈ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ଶ୍ରେୟସ୍‌ ଆୟାର, ୱାଇ. ଚହଲ, ସଞ୍ଜୁ ସାମସନ୍‌(ୱିକେଟ୍‌ କିପର), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମୁକେଶ କୁମାର, ଅଭେଶ ଖାନ, ଅର୍ଶଦୀପ୍‌ ସିଂ ଓ ଦୀପକ ଚହର।

ଭାରତ ସେଠାରେ ୩ଟି T-20 ମ୍ୟାଚ୍‌ ଖେଳିବ। T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଉପଅଧିନାୟକ ହୋଇଛନ୍ତି। ଅନ୍ୟ ଖେଳାଳିମାନେ ହେଲେ- ଜୟସ୍ୱାଲ, ଶୁଭ୍‌ମନ୍‌ ଗିଲ୍‌, ଋତୁରାଜ ଗାଏକୱାଡ୍‌, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ୍‌ ଆୟାର, ଈଶାନ କିଶନ୍‌, ଜିତେଶ ଶର୍ମା, ୱାଶିଂଟନ୍‌ ସୁନ୍ଦର, ରବି ବିଷ୍ଣୋୟୀ, କୁଲଦୀପ୍ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଦୀପକ ଚହର।

Advertisment

ଦକ୍ଷିଣଆଫ୍ରିକାରେ ଖେଳା ଯିବାକୁଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଜଶପ୍ରିତ୍‌ ବୁମ୍ରା ଉପଅଧିନାୟକ ହୋଇଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ- ବିରାଟ କୋହଲି, ଶୁବମନ ଗିଲ୍, ଜୟସ୍ୱାଲ, ଶ୍ରେୟସ ଆୟାର, ଋତୁରାଜ ଗାଏକୱାଡ, ଈଶାନ୍ କିଶନ୍‌, କେ.ଏଲ୍‌. ରାହୁଲ, ରବୀଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା।

Indian Cricket Team T20 Cricket Bcci India