Advertisment

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଚୟନ କରାଯାଇଛି। ମନପ୍ରୀତ କୌରଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରାଯାଇଥିବା ବେଳେ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏକ ମେଲ୍‌ ଯୋଗେ ଆଜି ଏହି ସୂଚନା ଦିଆଯାଇଛି। ମହିଳା ଟି-୨୦ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ଆସନ୍ତା ନଭେମ୍ବର ୯ରୁ ୨୪ ଯାଏ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ। ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ସହ ଟିମ୍‌ […]

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

a

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଚୟନ କରାଯାଇଛି। ମନପ୍ରୀତ କୌରଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରାଯାଇଥିବା ବେଳେ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏକ ମେଲ୍‌ ଯୋଗେ ଆଜି ଏହି ସୂଚନା ଦିଆଯାଇଛି।

Advertisment

publive-image

ମହିଳା ଟି-୨୦ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ଆସନ୍ତା ନଭେମ୍ବର ୯ରୁ ୨୪ ଯାଏ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ। ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ସହ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଗାଏନାରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ।

ମହିଳା ଟି-୨୦ ବିଶ୍ୱକପ୍‌ର ପ୍ରଥମ ଟ୍ରଫି ଇଂଲଣ୍ଡ ଜିତିଥିବା ବେଳେ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ୩ ଥର ଚାମ୍ପିୟନ୍‌ ହୋଇଛି। ୨୦୧୬ ବିଶ୍ୱକପ୍‌ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା।

Advertisment

publive-image

ଇଣ୍ଡିଆ ଟିମ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ମିତାଲୀ ରାଜ, ଜେମିମା ରୋଡରିଗସ, ଭେଡା କ୍ରିଷ୍ଣମୂର୍ତ୍ତି,ଦୀପ୍ତି ଶର୍ମା,ତନୟା ଭାଟିଆ(ୱିକେଟ୍‌ କିପର୍‌), ପୁନମ ଯାଦବ, ରାଧା ଯାଦବ, ଅଞ୍ଜୁ ପାଟିଲ, ଏକତା ବିଷ୍ଟ,ଡି ହେମଲତା,ମାନସୀ ଯୋଶୀ, ପୂଜା ଭାସ୍ତ୍ରାକର ଓ ଅରୁନ୍ଧତୀ ରେଡ୍ଡୀ।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe