Advertisment

କୁସ୍ତିକୁ ବାଏ ବାଏ କହିଲେ ଭିନେଶ ଫୋଗାଟ୍

ଅଲିମ୍ପିକ୍ସରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କରିଛନ୍ତି ଭିନେଶ ଫୋଗାଟ।

ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

Advertisment

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଗତକାଲି ନିରାଶ ହେବା ପରେ କୁସ୍ତିକୁ ବାଏ ବଏ କହିଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତିକୁ ସବୁଦିନ ପାଇଁ ଅଲବିଦା ଜଣାଇଛନ୍ତି ଭିନେଶ।

Advertisment

ଗତକାଲିର ଘଟଣା ପରେ ଭିନେଶ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି। ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିବ। ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

Advertisment

ଭିନେଶଙ୍କ ଏଭଳି ଅଚାନକ ସନ୍ନ୍ୟାସ ଘୋଷଣା କରିବାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ଗତକାଲି ସେ ଫାଇନାଲ ମ୍ୟାଚ୍‌ ଖେଳି ଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା। ଫଳରେ ସେ ନିରାଶ ହୋଇଯାଇଥିଲେ। ଭାଙ୍ଗି ଯାଇଥିଲା ତାଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ। କିଛି ବୁଝିବା ପୂର୍ବରୁ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସି ଯାଇଥିଲା। ସାରା ଦେଶରେ ଏଥିନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅପ୍ରତ୍ୟାଶିତ ଖବରକୁ କେହି ବିଶ୍ୱାସ କରି ପାରୁନାହାନ୍ତି। ଏନେଇ ତଦନ୍ତ କରାଯିବାକୁ ମଧ୍ୟ ଦାବି କରାଯାଉଛି।

Paris Olympics 2024 Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe