Advertisment

ବିଶ୍ୱ କୁସ୍ତି ଚାମ୍ପିୟନଶିପ: ବିନା ତ୍ରିରଙ୍ଗାରେ ଲଢ଼ିବେ ଭାରତୀୟ ଖେଳାଳି

ଭାରତୀୟ ଖେଳାଳିମାନେ ଆସନ୍ତା ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ଆଉ ଜାତୀୟ ପତାକା ଅଧୀନରେ ଲଢ଼େଇ କରିପାରିବେ ନାହିଁ। ସେମାନଙ୍କୁ ନିରପେକ୍ଷ ଆଥଲେଟ ଭାବେ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ଭାଗ ନେବାକୁ ପଡ଼ିବ।

Vinesh

Vinesh

Advertisment

ସଂଯୁକ୍ତ ବିଶ୍ୱ କୁସ୍ତି ମହାସଂଘ(UWW) ଆଜି ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଛି। ଭାରତୀୟ କୁସ୍ତି ମହାସଂଘ ଠିକଣା ସମୟରେ ନିର୍ବାଚନ କରିବାକୁ ସକ୍ଷମ ନ ହେବାରୁ ବିଶ୍ୱ କୁସ୍ତି ମହାସଂଘ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଏହାର ଅର୍ଥ ଭାରତୀୟ ଖେଳାଳିମାନେ ଆସନ୍ତା ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ଆଉ ଜାତୀୟ ପତାକା ଅଧୀନରେ ଲଢ଼େଇ କରିପାରିବେ ନାହିଁ। ସେମାନଙ୍କୁ ନିରପେକ୍ଷ ଆଥଲେଟ ଭାବେ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ଭାଗ ନେବାକୁ ପଡ଼ିବ।

କୁସ୍ତି ମହାସଂଘର ନିର୍ବାଚନ ଧାର୍ଯ୍ୟ ୪୫ ଦିନ ମଧ୍ୟରେ କରାଯିବାକୁ ନିର୍ଦ୍ଦେଶ ମିଳିଥିଲା। କିନ୍ତୁ ଭୂପେନ୍ଦର ସିଂହ ବାଜୱାଙ୍କ ନେତୃତ୍ୱାଧୀନ ଆଡ ହକ୍‌ ପ୍ୟାନେଲ ଠିକଣା ସମୟରେ ନିର୍ବାଚନ ସାରିବାକୁ ସକ୍ଷମ ହୋଇନି।

Advertisment

ଅତିରିକ୍ତ ଭାବେ UWW ଏପ୍ରିଲ ମାସରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ନ ହେଲେ, ମହାସଂଘକୁ ନିଲମ୍ବିତ କରାଯିବ ବୋଲି ସତର୍କ କରାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ହୋଇ ପାରନି।

ଆସନ୍ତାକାଲି ଠାରୁ ପଟିଆଲାରେ ବିଶ୍ୱ ଚାମ୍ପିୟନଶିପ ପାଇଁ ଟ୍ରାଏଲ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ହିଁ ଏପରି ଖବର ସାମ୍ନାକୁ ଆସିଛି। ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ ହୋଇଥିଲେ ହେଁ ଭାରତୀୟ ଖେଳାଳିମାନେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ଏସିଆନ ଗେମ୍ସରେ ଜାତୀୟ ପତାକା ଅଧୀନରେ ଖେଳିପାରିବେ। କାରଣ ଏସିଆନ ଗେମ୍ସକୁ ଭାରତୀୟ ଅଲିମ୍ପିକ ଆସୋସିଏସନ ଖେଳାଳିଙ୍କୁ ପଠାଇଥାଏ। ଏଥିରେ ଭାରତୀୟ କୁସ୍ତି ମହାସଂଘ ହସ୍ତକ୍ଷେପ କରେ ନାହିଁ।

ମେ’ ୭ରେ କୁସ୍ତି ମହାସଂଘର ନିର୍ବାଚନ ହେବାର ଥିଲା। କିନ୍ତୁ ଆଭ୍ୟନ୍ତରୀଣ କନ୍ଦଳ, ରାଜ୍ୟ ସଂଘଗୁଡ଼ିକ ଉପରେ କୋର୍ଟର ରହିତାଦେଶ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା। ସେବେଠାରୁ ନିର୍ବାଚନ ତାରିଖ ଘୁଞ୍ଚିବାରେ ଲାଗିଛି।

Indian Wrestler Asian Championships
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe