Advertisment

ତରୁଣଦୀପ ରାୟ ଓ ରିଦ୍ଧି ଫୋର ବିଶ୍ୱକପ ଷ୍ଟେଜ୍-୧ରେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭେଟରାନ ତୀରନ୍ଦାଜ ତରୁଣଦୀପ ରାୟ ଓ ତାଙ୍କ ୧୭ ବର୍ଷିୟ କିଶୋର ସାଥୀ ଖେଳାଳି ରିଦ୍ଧି ଫୋର ଯୋଡି ରବିବାର ଆଣ୍ଟାଲିଆ ତୁର୍କୀ ବିଶ୍ୱକପ ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁହେଁ ତାଙ୍କ ବିପକ୍ଷ ଖେଳାଳି ଗ୍ରେଟ ବ୍ରିଟେନର ପ୍ରତିଯୋଗୀଙ୍କୁ ପରାସ୍ତ କରି ଏହି କୃତିତ୍ୱ ହାସଲ କରିଛନ୍ତି। ଏହିପରି ଭାବେ ପ୍ରଥମ ଇଭେଣ୍ଟରେ ଭାରତ ନିଜର ଅଭିଯାନକୁ ଦୁଇଟି ସ୍ୱର୍ଣ୍ଣ ପଦକ ସହ ସମାପ୍ତ କରିଛି। ୩୮ ବର୍ଷିୟ ତରୁଣଦୀପ ଗୁଆଙ୍ଗଜୋ […]

author-image
Niranjan Mishra
ତରୁଣଦୀପ ରାୟ ଓ ରିଦ୍ଧି ଫୋର ବିଶ୍ୱକପ ଷ୍ଟେଜ୍-୧ରେ ଜିତିଲେ ସ୍ୱର୍ଣ୍ଣ

tirandja

ନୂଆଦିଲ୍ଲୀ: ଭେଟରାନ ତୀରନ୍ଦାଜ ତରୁଣଦୀପ ରାୟ ଓ ତାଙ୍କ ୧୭ ବର୍ଷିୟ କିଶୋର ସାଥୀ ଖେଳାଳି ରିଦ୍ଧି ଫୋର ଯୋଡି ରବିବାର ଆଣ୍ଟାଲିଆ ତୁର୍କୀ ବିଶ୍ୱକପ ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁହେଁ ତାଙ୍କ ବିପକ୍ଷ ଖେଳାଳି ଗ୍ରେଟ ବ୍ରିଟେନର ପ୍ରତିଯୋଗୀଙ୍କୁ ପରାସ୍ତ କରି ଏହି କୃତିତ୍ୱ ହାସଲ କରିଛନ୍ତି।

Advertisment

ଏହିପରି ଭାବେ ପ୍ରଥମ ଇଭେଣ୍ଟରେ ଭାରତ ନିଜର ଅଭିଯାନକୁ ଦୁଇଟି ସ୍ୱର୍ଣ୍ଣ ପଦକ ସହ ସମାପ୍ତ କରିଛି। ୩୮ ବର୍ଷିୟ ତରୁଣଦୀପ ଗୁଆଙ୍ଗଜୋ ୨୦୧୦ ଏସିଆନ କ୍ରୀଡାରେ ରୌପ୍ୟ ହାସଲ କରିଥିଲେ। ତରୁଣଦୀପ ତାଙ୍କ ସାଥୀ ଖେଳାଳିଙ୍କୁ ବହୁତ ପ୍ରଶଂସା କରିବା ସହ ଏହି ବିଜୟ ଆଗକୁ ଏସିଆନ କ୍ରୀଡାରେ ପଦକ ଜିତିବାକୁ ପ୍ରେରିତ କରିବ ବୋଲି କହିଛନ୍ତି।