/odisha-reporter/media/post_attachments/uploads/2021/08/indigo.jpg)
indigo
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏପରିକି ତାଙ୍କୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଏବେ ନୀରଜଙ୍କ ପାଇଁ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ବଡ଼ ଘୋଷଣା କରିଛି। ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଇଣ୍ଡିଗୋ ବର୍ଷକ ପର୍ଯ୍ୟନ୍ତ ଅସୀମିତ ମାଗଣାରେ ଯାତ୍ରା କରାଇବାର ସୁବିଧା ଯୋଗାଇଦେବ।
ଇଣ୍ଡିଗୋ ସିଇଓ ଆର୍. ଦତ୍ତ ଏକ ବିବୃତ୍ତିରେ କହିଛନ୍ତି, ଆମେ ସମସ୍ତେ ନୀରଜଙ୍କ ଉଲ୍ଲେଖନୀୟ ଉପଲବ୍ଧି ସମ୍ବନ୍ଧରେ ଶୁଣି ବହୁତ ଖୁସି। ଆପଣ ଦେଶକୁ ଗୌରବାନ୍ୱିତ କରିଛନ୍ତି। ମୁଁ ଜାଣିଛି ଇଣ୍ଡିଗୋର ସମସ୍ତ କର୍ମଚାରୀ ଆମର କୌଣସି ଉଡ଼ାଣରେ ଆପଣଙ୍କୁ ସ୍ୱାଗତ କରି ସମ୍ମାନିତ ଅନୁଭୂତ କରିବେ। ପୂରା ବିନମ୍ରତାର ସହ ଆମେ ଆପଣଙ୍କୁ ବର୍ଷକ ଯାଏ ଇଣ୍ଡିଗୋ ବିମାନରେ ମାଗଣା ଯାତ୍ରା କରାଇବାର ସୁବିଧା ଦେବାକୁ ଚାହୁଁଛୁ। ମୋର ବିଶ୍ୱାସ ଭବିଷ୍ୟତର ଭାରତୀୟ ଆଥଲେଟଙ୍କ ପାଇଁ ଏକ ପ୍ରେରଣାଦାୟୀ ସାବ୍ୟସ୍ତ ହେବ। ଜବରଦସ୍ତ ପ୍ରଦର୍ଶନ ନୀରଜ।
ନୀରଜ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ'ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ନୀରଜ ଭାରତର ଦ୍ୱିତୀୟ ଆଥଲେଟ୍ ହୋଇଛନ୍ତି। ଏହାସହ ନୀରଜ ମଧ୍ୟ ଆଥଲେଟିକ୍ସରେ ପଦକ ଜିତିବାରେ ପ୍ରଥମ ଭାରତୀୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
