/odisha-reporter/media/post_attachments/uploadimage/library/16_9/16_9_0/Nisha_1722872163.jpg)
Nisha
ପ୍ୟାରିସ ଅଲିମ୍ପିକ୍ସରେ ଏକ ନିଶ୍ଚିତ ବିଜୟକୁ ଆହତ ଛଡ଼ା କରିଛନ୍ତି ଭାରତର ମହିଳା ରେସଲର ନିଶା ଦାହିୟା। ସେ ଆଜି ୬୮ କେଜି ଫ୍ରି ଷ୍ଟାଇଲ ଇଭେଣ୍ଟର କ୍ୱାର୍ଟର ଫାଇନାଲରୁ ଦୁଃଖଦ ବିଦାୟ ନେଇଛନ୍ତି।
କ୍ୱାର୍ଟର ଫାଇନାଲରେ ନିଶା ୮-୧ରେ ଆଗରେ ରହିଥିଲେ। କିନ୍ତୁ ହଠାତ୍ ଉତ୍ତର କୋରିଆର ପାକ ସୋଲ ଗମ ବେଶ ଚତୁରତାର ସହ ନିଶାଙ୍କ ଡାହାଣ ହାତକୁ ମୋଡ଼ି ଦେଇଥିଲେ। ନିଶା ବେଶ ଯନ୍ତ୍ରଣା ଅନୁଭବ କରିବା ସହ ଖେଳ କିଛି ସମୟ ଅଟକି ଥିଲା।
ଏହାପରେ ନିଶା ପୁଣି ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ। ତାଙ୍କୁ କେବଳ ପ୍ରାୟ ଦେଢ଼ ମିନିଟ ଡିଫେଣ୍ଡ କରିବାର ଥିଲା। ହେଲେ ସେ ନିଜର ଆହତ ସମସ୍ୟା ଯୋଗୁ ଗ୍ରିପ କରି ପାରି ନଥିଲେ। ଏହାର ଫାଇଦା ପାକ ଉଠାଇଥିଲେ।
ସେ ଚତୁରତାର ସହ ନିଶାଙ୍କୁ ଏକାଧିକ ଥର ମ୍ୟାଟରେ ଓଲଟାଇ ପଏଣ୍ଟକୁ ବରାବର କରି ଦେଇଥିଲେ। ଏହି ସମୟରେ ନିଶାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିଲା।
Nisha Dahiya is crying and she's completely heartbroken. 🥺
- THIS IS HEARTBREAKING TO SEE HER LIKE THIS. 💔 pic.twitter.com/Iyy97C4lDS
— Tanuj Singh (@ImTanujSingh) August 5, 2024
ସେ କାନ୍ଦିବାକୁ ଲାଗିଥିଲେ। ପୁଣି ଅଫିସିଆଲମାନେ ଆସି ତାଙ୍କର ଚିକିତ୍ସା କରିଥିଲେ। ଲୁହ ଭିଜା ଆଖିରେ ସେ ଶେଷ ମୁର୍ହୂତ୍ତରେ ଲଢ଼େଇ କରିଥିଲେ। ହେଲେ ସେ ପାକ୍କୁ ଅଟକାଇ ପାରି ନଥିଲେ। ଏକଦା ୧-୮ ପଛରେ ଥିବା ପାକ୍ ମ୍ୟାଚ୍କୁ ୧୦-୮ରେ ଜିତି ନେଇଥିଲେ। ଏଥିସହ ନିଶାଙ୍କ ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲେ।
ଆହତ ନିଶା କାନ୍ଦି କାନ୍ଦି ଶେଷରେ ମ୍ୟାଟରୁ ଦୁଃଖଦ ବିଦାୟ ନେଇଥିଲେ। ନିଶା ସେମି ଫାଇନାଲରେ ପ୍ରବେଶ କରିଥିଲେ ଭାରତ ସମ୍ଭବତଃ ରେସଲିଂରୁ ପଦକ ଜିତିବାକୁ ସକ୍ଷମ ହୋଇଥାଆନ୍ତା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
