Advertisment

ଇଣ୍ଟର ଷ୍ଟୁଆର୍ଟ ବାସ୍କେଟବଲ୍ ଟର୍ଣ୍ଣାମେଣ୍ଟ: ସିଲଭର ଜୁବୁଲି ବର୍ଷରେ ଚାମ୍ପିୟନ ହେଲା 'ନିଉ ଷ୍ଟୁଆର୍ଟ କଟକ'

କଟକସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଟର ଷ୍ଟୁଆର୍ଟ ବାସ୍କେଟବଲ୍ ଟର୍ଣ୍ଣାମେଣ୍ଟ 2017। ଏଥର ଥିଲା ଏହି ଟର୍ଣ୍ଣାମେଣ୍ଟର ସିଲଭର ଜୁବୁଲି ବର୍ଷ। ଏଥିରେ ଭାଗ ନେଇଥିଲେ ଷ୍ଟୁଆର୍ଟ ସ୍କୁଲ କଟକ, ନିଉ ଷ୍ଟୁଆର୍ଟ ସ୍କୁଲ କଟକ, ଷ୍ଟୁଆର୍ଟ ସ୍କୁଲ ସୁକିନ୍ଦା ଓ ଷ୍ଟୁଆର୍ଟ ସ୍କୁଲ ଭୁବନେଶ୍ବର। ଗୋଟିଏ ଦିନ ପାଇଁ ଚାଲିଥିବା ଏହି ଟର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା ଆୟୋଜକ ନିଉ ଷ୍ଟୁଆର୍ଟ ସ୍କୁଲ କଟକ। ରନର୍ସଅପ୍ ହୋଇଥିଲା ଷ୍ଟୁଆର୍ଟ ସ୍କୁଲ ସୁକିନ୍ଦା। ଏହି ଅବସରରେ […]

author-image
Ordigital Desk
ଅଦ୍ୟତନ ହୋଇଛି
ଇଣ୍ଟର ଷ୍ଟୁଆର୍ଟ ବାସ୍କେଟବଲ୍ ଟର୍ଣ୍ଣାମେଣ୍ଟ: ସିଲଭର ଜୁବୁଲି ବର୍ଷରେ ଚାମ୍ପିୟନ ହେଲା 'ନିଉ ଷ୍ଟୁଆର୍ଟ କଟକ'

stweart volley match

କଟକସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଟର ଷ୍ଟୁଆର୍ଟ ବାସ୍କେଟବଲ୍ ଟର୍ଣ୍ଣାମେଣ୍ଟ 2017। ଏଥର ଥିଲା ଏହି ଟର୍ଣ୍ଣାମେଣ୍ଟର ସିଲଭର ଜୁବୁଲି ବର୍ଷ। ଏଥିରେ ଭାଗ ନେଇଥିଲେ ଷ୍ଟୁଆର୍ଟ ସ୍କୁଲ କଟକ, ନିଉ ଷ୍ଟୁଆର୍ଟ ସ୍କୁଲ କଟକ, ଷ୍ଟୁଆର୍ଟ ସ୍କୁଲ ସୁକିନ୍ଦା ଓ ଷ୍ଟୁଆର୍ଟ ସ୍କୁଲ ଭୁବନେଶ୍ବର। ଗୋଟିଏ ଦିନ ପାଇଁ ଚାଲିଥିବା ଏହି ଟର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା ଆୟୋଜକ ନିଉ ଷ୍ଟୁଆର୍ଟ ସ୍କୁଲ କଟକ। ରନର୍ସଅପ୍ ହୋଇଥିଲା ଷ୍ଟୁଆର୍ଟ ସ୍କୁଲ ସୁକିନ୍ଦା।
ଏହି ଅବସରରେ ଏକ ସ୍ବତନ୍ତ୍ର ସଭାରେ ଚାମ୍ପିୟନ ଦଳକୁ ପୁରସ୍କୃତ କରିଥିଲେ ନିମନ୍ତ୍ରିତ ଅତିଥିମାନେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ (ସାଇ)ର ପୂର୍ବତନ ବାସ୍କେଟବଲ୍ କୋଚ୍ ଶ୍ରୀଯୁକ୍ତ ଡି.ପି.ଇରାନୀ, ସମ୍ମାନୀତ ଅତିଥି ଥିଲେ ସାମସନ ଦାସ। ସଭାରେ ଉପସ୍ଥିତ ଥିଲେ ସ୍କୁଲର ସମ୍ପାଦକ ଶୋଭନ ପଣ୍ଡା ଓ ପ୍ରିନସିପାଲ ଶ୍ରୀମତୀ ଏମ୍.ତୃପ୍ତିରାଣୀ।

Advertisment