Advertisment

ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ନେଇ ବୋତଲ ପିଙ୍ଗା ଘଟଣା ପ୍ରତିବନ୍ଧକ ସାଜିବନି: ଅନୁରାଗ ଠାକୁର

ଭୁବନେଶ୍ୱର: ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ବାରବାଟୀ ବୋତଲ ପିଙ୍ଗା ଘଟଣା ପ୍ରତିବନ୍ଧକ ସାଜିବନି। ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର। ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ବେଳେ ପାଣି ବୋତଲ ଫିଙ୍ଗା ଘଟଣାକୁ ନେଇ ବେଶ୍ ବିବାଦୀୟ ହୋଇପଡିଥିଲା ବାରବାଟୀ ଷ୍ଟାଡିୟମ। ତେବେ ଏହାର ଯେଭଳି ପୁନରାବୃର୍ତ୍ତି ନ ହେବ ସେଥିପ୍ରତି ବିସିସିଆଇ ଦୃଷ୍ଟି ଦେଉଥିବା ଅନୁରାଗ କହିଛନ୍ତି। ସେହିପରି […]

ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ନେଇ ବୋତଲ ପିଙ୍ଗା ଘଟଣା ପ୍ରତିବନ୍ଧକ ସାଜିବନି: ଅନୁରାଗ ଠାକୁର

anurag-thakur

Advertisment

ଭୁବନେଶ୍ୱର: ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ବାରବାଟୀ ବୋତଲ ପିଙ୍ଗା ଘଟଣା ପ୍ରତିବନ୍ଧକ ସାଜିବନି। ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର। ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ବେଳେ ପାଣି ବୋତଲ ଫିଙ୍ଗା ଘଟଣାକୁ ନେଇ ବେଶ୍ ବିବାଦୀୟ ହୋଇପଡିଥିଲା ବାରବାଟୀ ଷ୍ଟାଡିୟମ। ତେବେ ଏହାର ଯେଭଳି ପୁନରାବୃର୍ତ୍ତି ନ ହେବ ସେଥିପ୍ରତି ବିସିସିଆଇ ଦୃଷ୍ଟି ଦେଉଥିବା ଅନୁରାଗ କହିଛନ୍ତି।

Advertisment

ସେହିପରି ଲୋଧା କମିଟି ସୁପାରିଶକୁ ଲାଗୁ କରିବା ନେଇ ଆସନ୍ତା ୧୯ରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ପରିଷଦ (ଏସଜିଏମ୍) ବୈଠକ ହେବ। ଏଥିରେ ସମସ୍ତ ରାଜ୍ୟ ଆସୋସିଏଶନ ଅଂଶ ଗ୍ରହଣ କରିବେ। ମାର୍ଚ୍ଚ ୩ ତାରିଖ ସୁଦ୍ଧା କମିଟି ସୁପାରିଶ କାର୍ଯ୍ୟକାରୀ କରାଯିବା ନେଇ ଜଣାଇବାକୁ ସୁପ୍ରିମକୋର୍ଟ ବିସିସିଆଇକୁ କହିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଲୋଧା କମିଶନଙ୍କ ସୁପାରିଶ କିଭଳି ଲାଗୁ ହେବ ସେ ନେଇ ଏସଜିଏମ୍‌ରେ ବିଚାର ବିମର୍ଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe