ବର୍ମିଂହାମ୍: ଚଳିତ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ଏହି ମ୍ୟାଚ୍କୁ ୨୮ ରନ୍ରେ ଜିତି ସେମି ଫାଇନାଲ୍ରେ ପହଞ୍ଚି ଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ କରିଥିବା ବେଳେ ‘ହିଟ୍ ମ୍ୟାନ୍’ ରୋହିତ ଶର୍ମା ପୁଣି ଏକ ଶତକ ମାରି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ, କିନ୍ତୁ ପଡ଼ିଆ ବାହାରେ ଆଉ ଜଣଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ସେ ହେଉଛନ୍ତି, ଚାରୁଲତା ପଟେଲ। ତାଙ୍କୁ ୮୭ ବର୍ଷ ହେଲାଣି।
ଗତକାଲି ସେ ଭାରତୀୟ ଟିମ୍କୁ ସମର୍ଥନ କରିବାକୁ ଆସିଥିଲେ। ଷ୍ଟାଡିୟମ୍ରେ ବସି ଖେଳ ଦେଖୁଥିବା ଲୋକେ ଅନେକ ସମୟରେ ତାଙ୍କୁ ଦେଖି ବେଶ୍ ଉତ୍ସାହିତ ହୋଇପଡୁଥିଲେ। କାରଣ ଏ ବୟସରେ ବି ଚାରୁଲତା ଚୁପ୍ଚାପ ଖେଳ ଦେଖୁ ନଥିଲେ। ସେ ପୂରା ଜୋଶ୍ରେ ଖେଳ ଦେଖୁଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଛୋଟ ପିଲା ଓ ଯୁବକଯୁବତୀଙ୍କ ଭଳି ମଝିରେ ମଝିରେ ପେଁକାଳି ବଜାଉଥିଲେ। ଏମିତିକି ଗୋଟାଏ ଦିନ ଭିତରେ ତାଙ୍କୁ ଏକ ନୂଆ ପରିଚୟ ବି ମିଳିଯାଇଛି। ତାଙ୍କୁ କୁହାଯାଉଛି ‘ଇଣ୍ଟରନେଟ୍ ଜେଜେମା’। ତାଙ୍କ ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଅନ୍ୟମାନଙ୍କ ଭଳି ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମନ ବି ଜିଣି ନେଇ ଯାଇଛନ୍ତି।
Well done camera man you have captured the amazing spirit this videos shows that age is just a number and She proves it with her enthusiasm😍#INDvBAN #hitman pic.twitter.com/2FhCXFQydk
— SHUBHAM PRAJAPATI (@Shubham_RSS_BJP) July 2, 2019
‘କ୍ରିକେଟ୍ ୱାର୍ଲ୍ଡ କପ୍’ ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରାଯାଇଛି। ଏଥିରେ ମ୍ୟାଚ୍ ପରେ ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କୁ ଭେଟିଥିବା ଦେଖିବାକୁ ମିଳିଛି। ସେ ଉଭୟଙ୍କୁ ବହୁତ ଗେଲ କରିଛନ୍ତି। ସେମାନଙ୍କୁ ଚୁମା ଦେଇଛନ୍ତି ଓ ଆଶୀର୍ବାଦ ବି କରିଛନ୍ତି। ସେ ବିରାଟଙ୍କୁ କିଛି କହୁଥିବା ମଧ୍ୟ ଦେଖିବାକୁ ମିଳିଛି। ଚାରୁଲତାଙ୍କୁ ଭେଟି ବିରାଟ ଓ ରୋହିତ ବି ବେଶ୍ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି।
ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି। ପୋଷ୍ଟ୍ ହେବାର ୮ ଘଣ୍ଟା ମଧ୍ୟରେ ଏହାକୁ ୨ ଲକ୍ଷ ୯୫ ହଜାର ଲୋକ ଦେଖି ସାରିଥିବା ବେଳେ ୪୦ ହଜାର ଲୋକ ଲାଇକ୍ କରିଛନ୍ତି। ୯ ହଜାର ଲୋକ ଏହାକୁ ରି଼ଟ୍ୱିଟ୍ ମଧ୍ୟ କରିଛନ୍ତି। ଆପଣମାନେ ଯଦି ଭିଡିଓଟିକୁ ଦେଖି ପାରି ନାହାନ୍ତି, ତା’ହେଲେ ନିମ୍ନରେ ଦେଖି ନିଅନ୍ତୁ।
How amazing is this?!
India's top-order superstars @imVkohli and @ImRo45 each shared a special moment with one of the India fans at Edgbaston.#CWC19 | #BANvIND pic.twitter.com/3EjpQBdXnX
— Cricket World Cup (@cricketworldcup) July 2, 2019