Advertisment

ପ୍ଲେଅଫ୍ ଚିତ୍ର ଏବେବି ଅସ୍ପଷ୍ଟ

ନୂଆଦିଲ୍ଲୀ: ବାସ୍ ଦୁଇଟି ମ୍ୟାଚ୍ ପରେ ଶେଷ ହୋଇଯିବ ଆଇପିଏଲ୍ ଲିଗ୍ ପର୍ଯ୍ୟାୟ। କିନ୍ତୁ ଏବେବି ପ୍ଲେଅଫ୍ ରାସ୍ତା ସ୍ପଷ୍ଟ ହୋଇନାହିଁ। କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡ଼ିଦେଲେ ଆଉ କୌଣସି ଟିମ୍ ପ୍ଲେଅଫକୁ କ୍ୱାଲିଫାଏ କରିନାହାନ୍ତି। ମୁମ୍ବାଇ ୧୩ ମ୍ୟାଚରୁ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଆଜି ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସାମ୍ନାସାମ୍ନି ହେବେ ବିରାଟ୍‌ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଆଜି […]

ଅଦ୍ୟତନ ହୋଇଛି
ପ୍ଲେଅଫ୍ ଚିତ୍ର ଏବେବି ଅସ୍ପଷ୍ଟ

ipl

Advertisment

ନୂଆଦିଲ୍ଲୀ: ବାସ୍ ଦୁଇଟି ମ୍ୟାଚ୍ ପରେ ଶେଷ ହୋଇଯିବ ଆଇପିଏଲ୍ ଲିଗ୍ ପର୍ଯ୍ୟାୟ। କିନ୍ତୁ ଏବେବି ପ୍ଲେଅଫ୍ ରାସ୍ତା ସ୍ପଷ୍ଟ ହୋଇନାହିଁ। କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡ଼ିଦେଲେ ଆଉ କୌଣସି ଟିମ୍ ପ୍ଲେଅଫକୁ କ୍ୱାଲିଫାଏ କରିନାହାନ୍ତି। ମୁମ୍ବାଇ ୧୩ ମ୍ୟାଚରୁ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

Advertisment

ଆଜି ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସାମ୍ନାସାମ୍ନି ହେବେ ବିରାଟ୍‌ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ମ୍ୟାଚର ବିଜେତା ଟିମ୍ ପ୍ଲେଅଫରେ ସ୍ଥାନ ପକ୍କା କରିନେବ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତି ହାଇଦ୍ରାବାଦ ପ୍ଲେଅଫରେ ସ୍ଥାନ ପକ୍କା କରିବାକୁ ଚାହିଁବ।

publive-image

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ବାକି ତିନୋଟି ସ୍ଥାନ ପାଇଁ କେଉଁ ଟିମକୁ କ'ଣ କରିବାକୁ ପଡ଼ିବ। ଆରସିବି ବର୍ତ୍ତମାନ ୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ଏହା ପରକୁ ଦିଲ୍ଲୀ ମଧ୍ୟ ୧୪ ପଏଣ୍ଟ ସହ ତୃତୀୟ ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଯଦି ଆଜି ଆରସିବି ଦିଲ୍ଲୀକୁ ହରାଇଦିଏ, ତାହେଲେ ସିଧାସଳଖ ପ୍ଲେଅଫରେ ପହଞ୍ଚିଯିବ। ଯଦି ଟିମ୍ ହାରିବ, ତାହେଲେ ଦିଲ୍ଲୀର ପ୍ଲେଅଫ୍ ଯିବା ସୁନିଶ୍ଚିତ ହୋଇଯିବ।

Advertisment

ଯଦିବି ଆଜି ଆରସିବି ହାରିଯାଏ, ତଥାପି ଟିମ୍ ପାଖରେ ସୁଯୋଗ ରହିବ। କାରଣ ଆସନ୍ତାକାଲିର ମ୍ୟାଚରେ ହାଇଦ୍ରାବାଦ ମୁମ୍ବାଇ ଠାରୁ ପରାସ୍ତ ହୁଏ, ତାହେଲେ ଆରସିବି ପ୍ଲେଅଫରେ ପହଞ୍ଚିଯିବ। ସେହିପରି ଦିଲ୍ଲୀ ଯଦି ଆଜି ମ୍ୟାଚ୍ ହାରେ, ତାହେଲେ ଟିମ୍ ପାଖରେ ସୁଯୋଗ ରହିବ। ଆରସିବି ଭଳି ଦିଲ୍ଲୀ ମଧ୍ୟ ଆସନ୍ତାକାଲିର ମ୍ୟାଚରେ ହାଇଦ୍ରାବାଦର ପରାଜୟ ଚାହିଁବ।

ତେବେ ଚତୁର୍ଥ ସ୍ଥାନ ପାଇଁ ଦୌଡ଼ରେ ଅଛି କେକେଆର। ଯେହେତୁ କେକେଆରର ଆଉ ମ୍ୟାଚ୍ ବାକି ନାହିଁ। ତେଣୁ କେକେଆର୍ ମଧ୍ୟ ହାଇଦ୍ରାବାଦର ପରାଜୟ ଚାହିଁବ। ଯଦି ଆସନ୍ତାକାଲି ହାଇଦ୍ରାବାଦ ମୁମ୍ବାଇକୁ ହରାଇବାରେ ସଫଳ ହୁଏ, ତାହେଲେ ଟିମର ପ୍ଲେଅଫ୍ ଯିବା ପକ୍କା ହେବ। ହାଇଦ୍ରାବାଦ ୧୩ ମ୍ୟାଚରୁ ୧୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। କିନ୍ତୁ ବଡ଼ କଥା ହେଉଛି, ହାଇଦ୍ରାବାଦର ନେଟ୍ ରନରେଟ୍ ଅନ୍ୟ ଦଳ ତୁଳନାରେ ଯଥେଷ୍ଟ ଉନ୍ନତ ରହିଛି। ଏହି କାରଣରୁ ହାଇଦ୍ରାବାଦ ମ୍ୟାଚ୍ ଜିତିବା ମାତ୍ରକେ ପ୍ଲେଅଫ୍ ଟିକେଟ୍‌ କାଟିବ। ତେଣୁ ଏବେବି ପ୍ଲେଅଫ୍ ଚିତ୍ର ଅସ୍ପଷ୍ଟ ରହିଛି, ଯାହାକି ଆଜି ଓ ଆସନ୍ତାକାଲି ସବୁକିଛି ସ୍ପଷ୍ଟ ହୋଇଯିବ।

IPL Ipl 2020 IPL Dubai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe