Advertisment

ଆଇପିଏଲ-୮: ମୁମ୍ବାଇକୁ ଭେଟିବ ଚେନ୍ନାଇ

ଭୁବନେଶ୍ୱର : ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ। ପରସ୍ପରକୁ ଟକ୍କର ଦେଉଛନ୍ତି ବଡ ବଡ ଦଳ। ଅଦ୍ୟବିଧି ଆଇପିଏଲରେ ୪୩ ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ୧୩ଟି ମ୍ୟାଚ। ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା। ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ  ରାତି ୮ଟାରେ ପ୍ରମୁଖ ଦାବିଦାର ଚେନ୍ନାଇ ସୁପର […]

ଅଦ୍ୟତନ ହୋଇଛି
ଆଇପିଏଲ-୮: ମୁମ୍ବାଇକୁ ଭେଟିବ ଚେନ୍ନାଇ

CSK-vs-MI

Advertisment

ଭୁବନେଶ୍ୱର : ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ। ପରସ୍ପରକୁ ଟକ୍କର ଦେଉଛନ୍ତି ବଡ ବଡ ଦଳ। ଅଦ୍ୟବିଧି ଆଇପିଏଲରେ ୪୩ ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ୧୩ଟି ମ୍ୟାଚ। ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା। ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ  ରାତି ୮ଟାରେ ପ୍ରମୁଖ ଦାବିଦାର ଚେନ୍ନାଇ ସୁପର କିଙ୍ଗକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ। ଚେନ୍ନାଇ ୧୦ଟି ମ୍ୟାଚରୁ ୭ଟି ଜିତି ୧୪ ପଏଣ୍ଟ ପାଇ ପଏଣ୍ଟଟେବୁଲ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚରୁ ୫ଟି ଜିତି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ତେଣୁ ମୁମ୍ବାଇକୁ ଜିତିବାକୁ କଠିନ ପରିଶ୍ରମ କରିବାରକୁ ପଡିବ। ଗତ ମ୍ୟାଚରେ ହୋଇଥିବା ଦୋଷ ତୃଟିରେ ସୁଧାର ଆଣିବାକୁ ହେବ। କାରଣ ମୁମ୍ବାଇକୁ ପରବର୍ତ୍ତୀ ପ୍ରର୍ଯ୍ୟାୟକୁ ଯିବାକୁ ହେଲେ ଏହି ମ୍ୟାଚକୁ କର ବା ମରର ଦଳୀୟ ପ୍ରଦର୍ଶନ ଜାରି ରଖି ଜିତିବାକୁ ହେବ। ଯଦି ଆଜି ମୁମ୍ବାଇ ଏହି ମ୍ୟାଚ ପରାଜିତ ହେଉଛି ତେବେ ପଏଣ୍ଟ ଟେବୁଲରେ ହ୍ରାସ ପାଇବା ସହ ପରବର୍ତ୍ତୀ ପର୍ଯ୍ୟାୟରୁ ମଧ୍ୟ ବାଦ ପଡିବା ଆଶା କରାଯାଉଛି।  ଲଗାତାର ଭାବେ ଭଲ ପ୍ରଦର୍ଶନ ଜାରି ରଖିଥିବା ଚେନ୍ନାଇ ମୁମ୍ବାଇକୁ ପରାସ୍ତ କରିବାକୁ ରଣନୀତିର କୌଣସି ପରିବର୍ତ୍ତନ ଆଣିନାହିଁ। କେବଳ ବୋଲିଂ,ବ୍ୟାଟିଂ ଓ ଫିଲ୍ଡିଂ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ।

Advertisment

ଅନ୍ୟପକ୍ଷରେ ଆଇପିଏଲରେ ଗତକାଲି ଦୁଇଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ରନ ହରାଇଛି ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୨୦୧ ରନ କରିଥିଲା। ଏଥିରେ ଶିଖର ଧାୱନ ଅର୍ଦ୍ଧଶତକ ହାସଲ କରି ଦଳକୁ ସୁଦୃଢ ସ୍ଥିତିର ପହଞ୍ଚାଇ ଥିଲେ। ଜବାବରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୯୪ ରନ କରିପାରିଥିଲ। ସେହିପରି ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ କୁ ୧୩ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକତା ପ୍ରଥମେ ବାଟିଂ କରି ୭ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe