ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବେଟିଂ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଦିଲ୍ଲୀ ଓ ଅହମଦାବାଦର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଛି ଏହି ଚଢ଼ାଉ। ଦେଶର ମୋଟ ୮ଟି ସହରରେ ଏହି ଚଢ଼ାଉ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ବେଙ୍ଗଲୁରୁ ଓ ଜୟପୁର ଆଦି ସହରରେ କରାଯାଇଛି ଚଢ଼ାଉ। ଦିଲ୍ଲୀର ଜଣେ ବୁକି ରିତେଶ ଓରଫ ଭରତକୁ ଖୋଜା ଚାଲିଛି। ତା’ଘରେ ଖାନତଲାସି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦିଲ୍ଲୀରୁ ଜଣଙ୍କୁ ଗିରଫ କରାଯାଇଛି। ତା’ଠାରୁ ୨୫୦ଟି ମୋବାଇଲ ଜବତ କରାଯାଇଛି। ଇଂଲଣ୍ଡର ଏକ ୱେବସାଇଟ ଜରିଆରେ ବେଟିଂ ଚାଲିଥିଲା ବୋଲି ଜଣାପଡ଼ିଛି। ଏହି ବେଟିଂରେ ପାକିସ୍ତାନର ଜଣେ ବୁକି ସଂପୃକ୍ତ ଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତରେ ବାଧା ହେବାର ସମ୍ଭାବନା ରହିଥିବାରୁ ତା’ ନାମ ପ୍ରକାଶ କରାଯାଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।
National
ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ
ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।