Advertisment

ଆଇପିଏଲ ବେଟିଂ: ଦେଶର ୮ଟି ସହରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ, ଜଣେ ଗିରଫ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବେଟିଂ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଦିଲ୍ଲୀ ଓ ଅହମଦାବାଦର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଛି ଏହି ଚଢ଼ାଉ। ଦେଶର ମୋଟ ୮ଟି ସହରରେ ଏହି ଚଢ଼ାଉ କରାଯାଇଛି।  ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ବେଙ୍ଗଲୁରୁ ଓ ଜୟପୁର ଆଦି ସହରରେ କରାଯାଇଛି ଚଢ଼ାଉ। ଦିଲ୍ଲୀର ଜଣେ ବୁକି ରିତେଶ ଓରଫ ଭରତକୁ ଖୋଜା ଚାଲିଛି। ତା’ଘରେ ଖାନତଲାସି କରାଯାଇଥିଲା। ଏହି ଚଢ଼ାଉ […]

ଅଦ୍ୟତନ ହୋଇଛି
ଆଇପିଏଲ ବେଟିଂ: ଦେଶର ୮ଟି ସହରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ, ଜଣେ ଗିରଫ

betting

Advertisment

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବେଟିଂ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଦିଲ୍ଲୀ ଓ ଅହମଦାବାଦର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଛି ଏହି ଚଢ଼ାଉ। ଦେଶର ମୋଟ ୮ଟି ସହରରେ ଏହି ଚଢ଼ାଉ କରାଯାଇଛି।  ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ବେଙ୍ଗଲୁରୁ ଓ ଜୟପୁର ଆଦି ସହରରେ କରାଯାଇଛି ଚଢ଼ାଉ। ଦିଲ୍ଲୀର ଜଣେ ବୁକି ରିତେଶ ଓରଫ ଭରତକୁ ଖୋଜା ଚାଲିଛି। ତା’ଘରେ ଖାନତଲାସି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦିଲ୍ଲୀରୁ ଜଣଙ୍କୁ ଗିରଫ କରାଯାଇଛି। ତା’ଠାରୁ ୨୫୦ଟି ମୋବାଇଲ ଜବତ କରାଯାଇଛି। ଇଂଲଣ୍ଡର ଏକ ୱେବସାଇଟ ଜରିଆରେ ବେଟିଂ ଚାଲିଥିଲା ବୋଲି ଜଣାପଡ଼ିଛି।  ଏହି ବେଟିଂରେ ପାକିସ୍ତାନର ଜଣେ ବୁକି ସଂପୃକ୍ତ ଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତରେ ବାଧା ହେବାର ସମ୍ଭାବନା ରହିଥିବାରୁ ତା’ ନାମ ପ୍ରକାଶ କରାଯାଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe